
ଭୁବନେଶ୍ୱର, ୨୯ ମଇ (ହି.ସ.) - ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ରାଇଘର ବ୍ଲକ ବୋବେଇ ପଂଚାୟତର ବୈପାରିଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ନୂତନ ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସୁନ୍ଦର ଶ୍ରେଣୀ ଗୃହରେ କୁନି କୁନି ଛାତ୍ରଛାତ୍ରୀମାନେ ଏଣିକି ସୁବିଧାରେ ବିଦ୍ୟା ଅର୍ଜନ କରିପାରିବେ। ଏହି ନୂତନ ଶ୍ରେଣୀ ଗୃହଟି ପିଲାମାନଙ୍କ ଉତମ ପାଠପଢ଼ା ଓ ଭବିଷ୍ୟତ ଗଠନ ପାଇଁ ସମର୍ପିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା