
କନ୍ଧମାଳ, ୨୯ ମଇ (ହି.ସ.)- କନ୍ଧମାଳ ଜିଲ୍ଲା ରେ ଶ୍ରୀ ଅନ୍ନ ପ୍ରକଳ୍ପ ପରିଚାଳିତ ହେଉଥିବା ବେଳେ ଆଜିର ସମୟରେ ପ୍ରକଳ୍ପରେ କିଛି ପରିବର୍ତନ କରି କୃଷକ ଉତ୍ପାଦକ ଗୋଷ୍ଠି ଓ ସ୍ୱେଚ୍ଚାସେବୀ ଅନୁଷ୍ଠାନ ମାନଙ୍କ ର ସହଭାଗିତାକୁ କାଢି ନିଆଯାଇଛି । ଏଥିରେ ଅସନ୍ତୋଷ ପ୍ରକାଶ କରି ବିଭିନ୍ନ ଅନୁଷ୍ଠାନର ମୂଖ୍ୟ ମାନେ ସ୍ୱାତୀ ଅନୁଷ୍ଠାନ, ଫୁଲବାଣୀ କାର୍ଯ୍ୟାଳୟ ଠାରେ ଏକ ବୈଠକ କରି ବିଭିନ୍ନ ଦାବି ଯଥା ଟିକାବାଲି, ଚକାପାଦ, ଜି.ଉଦୟଗିରି ଓ ଖଜୁରିପଡା ବ୍ଲକରେ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ପୁନଃ କାର୍ଯ୍ୟକାରୀ ନିମନ୍ତେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଦାବି ପତ୍ର ଦେବାକୁ ସ୍ଥିର କରିଛନ୍ତି । ମୂଖ୍ୟତଃ ଆଗାମି ଦିନରେ କିପରି ଗୁଣବତା ହିସାବରେ କାର୍ଯ୍ୟକାରି ହେବ ତାହା ଆଲୋଚନାର ମୂଖ୍ୟ ବିଷୟ ରହିଥିଲା ।
ଆଲୋଚନାରେ ସ୍ୱାତୀ ର ସମ୍ପାଦକ ହରି ଶଙ୍କର ରାଉତ, ଜନବିକାଶ ର ସମ୍ପାଦକ ମଦନ ସୁଆଲସିଂ, ସେୟାରର ନିର୍ଦେଶକ କରାମତ ଅଲ୍ଲି ଖାନ୍, ଓରିଶା ର ଯୁଗ୍ମ ସମ୍ପାଦକ ପ୍ରେମାନନ୍ଦ ମହାପାତ୍ର, କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଙ୍ଗଠନ ର ସମ୍ପାଦକ ଦିନବନ୍ଧୁ ମହାରଣା ଓ ଶାନ୍ତି ମୈତ୍ରି ର ସମ୍ପାଦକ ଭଗବାନ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱୟଂସହାୟକ ଗୋଷ୍ଠି, କୃହକ , କୃଷକ ଉତ୍ପାଦକ ଗୋଷ୍ଠି ମାନଙ୍କର ଉନ୍ନତି କରିବା ସହିତ କୃଷି ବିଭାଗ ଓ ଓଡିଶା ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରି କନ୍ଧମାଳ ଜିଲ୍ଲା କୁ ଅଗ୍ରଣୀ ଜିଲ୍ଲା କରିବାକୁ ନିଷ୍ପତି ନେଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ