




ସମ୍ବଲପୁର,୨୯, ମେ (ହି.ସ.) - ସମ୍ବଲପୁର ସହରର ଭୁତାପଡ଼ା ସ୍ଥିତ ମାଁ ମଙ୍ଗଳା ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥଙ୍କ ଦାରୁ ମୂର୍ତି ବିଗ୍ରହ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ପୂଜନୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ଓ ପବିତ୍ର ପୁରୁଷୋତମ ମାସ ଜ୍ୟୋଷ୍ଠ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଅବସରରେ ଆଜି ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ବିଶ୍ୱକର୍ମା ମହାରଣା ରୂପକାର ସେବକ କଳ୍ପତରୁ ପଣ୍ଡା ଏବଂ ଗୋବିନ୍ଦ ମହାରଣା ପବିତ୍ର ନିମ୍ବ ବୃକ୍ଷ କାଠରେ ଶ୍ରୀଜଗନ୍ନାଥଙ୍କ ଦାରୁ ମୂର୍ତି ବିଗ୍ରହ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ ଓ ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା ବିଧି ଅନୁସାରେ ପୂଜାକାର୍ଯ୍ୟ କରିଥିଲେ ଓ ମନ୍ଦିର କମିଟିର ରବୀନ୍ଦ୍ର ଜେନା, ସରୋଜ ସାହୁ, କଳ୍ପତରୁ ବେହେରା, ରସାନନ୍ଦ ବେହେରା, ସାଧବ ପ୍ରଧାନ, ଅଶୋକ ପଟ୍ଟନାୟକ, ଇନ୍ଦ୍ରମଣୀ ଦାସ, ଅସିତ ବିଶ୍ୱାଳ, ପୀତବାସ ବେହେରା, ଓମ୍ ପ୍ରକାଶ ଦାସଙ୍କ ସମେତ ବହୁ ଭକ୍ତଗଣ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ