ଏବିଭିପିର ତିନିଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକର ଶୁଭାରମ୍ଭ
ଭୁବନେଶ୍ୱର ମେ ୨୯ (ହି. ସ )-ଭାରତୀୟ ଭାଷାଗୁଡ଼ିକର ସୁଦୃଢୀକରଣ ଓ ଭାଷାଗତ ବିବିଧତାର ସୁରକ୍ଷାରେ ତ୍ରି-ଭାଷା ନୀତି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ : ଡ଼ଃ ବୀରେନ୍ଦ୍ର ସିଂହ ସୋଲାଙ୍କି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ରାଷ୍ଟ୍ରୀୟ କାର୍ଯ୍ୟକାରି ବୈଠକ ର ଓଡ଼ିଶାର ଭୁବନେଶ୍ୱରରେ ଶୁଭାର
ଏବିଭିପିର ତିନିଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକର ଶୁଭାରମ୍ଭ


ଭୁବନେଶ୍ୱର ମେ ୨୯ (ହି. ସ )-ଭାରତୀୟ ଭାଷାଗୁଡ଼ିକର ସୁଦୃଢୀକରଣ ଓ ଭାଷାଗତ ବିବିଧତାର ସୁରକ୍ଷାରେ ତ୍ରି-ଭାଷା ନୀତି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ : ଡ଼ଃ ବୀରେନ୍ଦ୍ର ସିଂହ ସୋଲାଙ୍କି

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ରାଷ୍ଟ୍ରୀୟ କାର୍ଯ୍ୟକାରି ବୈଠକ

ର ଓଡ଼ିଶାର ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଧ୍ୟାପକ ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ଃ ବୀରେନ୍ଦ୍ର ସିଂହ ସୋଲାଙ୍କି ଏବଂ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଆଶୀଷ ଚୌହାନ ଦୀପ ପ୍ରଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ।

ରାଷ୍ଟ୍ରୀୟ କାର୍ଯ୍ୟକାରି ବୈଠକର ଉଦ୍ଘାଟନୀ ସତ୍ର କୁ ସମ୍ବୋଧିତ କରି ଏବିଭିପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ଃ ବୀରେନ୍ଦ୍ର ସିଂହ ସୋଲାଙ୍କି କହିଥିଲେ, “ଭୁବନେଶ୍ୱରରେ ଆୟୋଜିତ ଏହି ରାଷ୍ଟ୍ରୀୟ କାର୍ଯ୍ୟକାରି ବୈଠକରେ ଶିକ୍ଷା, ବିଶ୍ୱ ପରିପ୍ରେକ୍ଷ୍ୟ, କ୍ରୀଡ଼ା, ପରିବେଶ, ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ ସମସାମୟିକ ବିଷୟ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା କରାଯିବ। ଗତକାଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ତ୍ରି-ଭାଷା ନୀତିକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବାର ନିଷ୍ପତ୍ତି ଭାରତୀୟ ଶିକ୍ଷାର ସ୍ୱଦେଶୀକରଣ ଏବଂ ରାଷ୍ଟ୍ରୀୟ ଏକତାକୁ ସୁଦୃଢ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ। ଦେଶରେ ରୋଜଗାର ଓ ଉଚ୍ଚ ଶିକ୍ଷା ପାଇଁ ବଢ଼ୁଥିବା ଆନ୍ତର୍ରାଜ୍ୟ ପ୍ରବାସକୁ ଦୃଷ୍ଟିରେ ରଖି ଭାରତୀୟ ଭାଷାର ଜ୍ଞାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। କୋଭିଡ ମହାମାରୀ କାଳୀନ ସମୟରେ ପାଠ୍ୟପୁସ୍ତକର ଉପଲବ୍ଧତା ଓ ଶିକ୍ଷକ ଅଭାବ ପରି ବ୍ୟବହାରିକ ଆହ୍ୱାନ ସମାଧାନ ପାଇଁ ବୋର୍ଡ ପକ୍ଷରୁ ଦିଆଯାଇଥିବା ସମାଧାନ ପ୍ରଶଂସନୀୟ। ଏବିଭିପିର ମତ ହେଉଛି ଯେ ଭାଷା ଅଧ୍ୟୟନ ସହିତ ବୋର୍ଡ ପରୀକ୍ଷାକୁ ମଧ୍ୟ ତ୍ରି-ଭାଷା ବ୍ୟବସ୍ଥା ଅନୁଯାୟୀ ଆୟୋଜନ କରାଯିବା ଉଚିତ, ଯାହା ଦ୍ୱାରା ଏହି ନୀତି ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ ହୋଇପାରିବ। ଏହି ବୈଠକରେ ରାଷ୍ଟ୍ରୀୟ ଶିକ୍ଷା ନୀତିର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ଭାରତୀୟ ଭାଷାର ସମ୍ବର୍ଦ୍ଧନ ଏବଂ ତ୍ରି-ଭାଷା ନୀତିର ବିଭିନ୍ନ ପରିମାଣ ଉପରେ ବିସ୍ତୃତ ଆଲୋଚନା ହେବ। ନିଶ୍ଚିତ ଭାବରେ କ୍ରୀୟନ୍ଵୟନ୍ ପରେ ଏହି ନୀତି ଭାରତୀୟ ଭାଷାଗୁଡ଼ିକର ସୁଦୃଢୀକରଣ ଏବଂ ଭାଷାଗତ ବିବିଧତାର ସୁରକ୍ଷାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏବିଭିପି ଏହି ବିଷୟକୁ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଓ ରାଷ୍ଟ୍ରିୟ ଏକାତ୍ମତାର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଦେଖୁଛି। ଏହି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଓ ଆଗାମୀ କାର୍ଯ୍ୟକାରି ଉପରେ ମଧ୍ୟ ବିଚାର କରାଯିବ।”

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande