ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଜଳ ଯନ୍ତ୍ରଣା
ଜୟପୁର, ୨୯ ମଇ (ହି.ସ.)- କୋରାପୁଟ ଜିଲ୍ଲା ରେ କଲବଲ କରୁଛି ପ୍ରଚଣ୍ଡ ଖରା । ଗରମ ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । ଏଭଳି ପରିସ୍ଥିତିରେ ଜଳ ଯନ୍ତ୍ରଣା କଷ୍ଟ କୁ ଆହୁରି ଆହୁରି ଅଧିକ ଦ୍ୱଗୁଣିତ କରିଦେଇଛି l ଏହା ଗାଁ ଗହଳିର ଘଟଣା ନୁହଁ, ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୌବପୀଠ ଗୁପ୍ତେଶ୍ୱର ଠାରେ ଏଭ
ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଜଳ ଯନ୍ତ୍ରଣା


ଜୟପୁର, ୨୯ ମଇ (ହି.ସ.)- କୋରାପୁଟ ଜିଲ୍ଲା ରେ କଲବଲ କରୁଛି ପ୍ରଚଣ୍ଡ ଖରା । ଗରମ ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । ଏଭଳି ପରିସ୍ଥିତିରେ ଜଳ ଯନ୍ତ୍ରଣା କଷ୍ଟ କୁ ଆହୁରି ଆହୁରି ଅଧିକ ଦ୍ୱଗୁଣିତ କରିଦେଇଛି l ଏହା ଗାଁ ଗହଳିର ଘଟଣା ନୁହଁ, ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୌବପୀଠ ଗୁପ୍ତେଶ୍ୱର ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି l ଗୁପ୍ତେଶ୍ୱର ପୀଠରେ ପର୍ଯ୍ୟଟକଙ୍କୁ ପିଇବା ପାଇଁ ପାଣି ମୁନ୍ଦାଏ ମିଳୁନି l ଆଶା ଥିଲା ଡବଲ ଇଂଜିନ ସରକାର. ଆସିବା ପରେ ପୀଠର ସମସ୍ୟା ସମାଧାନ ହେବ କିନ୍ତୁ ଲୋକଙ୍କ ସରକାର କେବଳ ଵିଜ୍ଞାପନରେ ସୀମିତ ବୋଲି ପ୍ରମାଣିତ ହୋଇଛି l ମନ୍ଦିର ପରିସରରେ ପାଣି ସମସ୍ୟା ଦୂର କରିବା ପାଇଁ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି l ବିଶୁଦ୍ଧ ପାଣି ଯୋଗାଇବା ପାଇଁ ପୀଠରେ ଆଠ ଟି ସିଣ୍ଟେକ୍ସ ତଥା ପ୍ଲାଷ୍ଟିକ୍ ପାଣି ଟାଙ୍କି ପାଇଁ ଅର୍ଥ ବରାଦ କରାଯାଇଛି l ପୀଠରେ ସବୁଆଡେ ପାଣି ପାଇପ୍ ବିଛା ଯାଇଛି l ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ହୋଇଛି କିନ୍ତୁ ପାଇପ ଲାଗିନି l ସେହିପରି ମନ୍ଦିର ପାହାଚରେ ଧାଡି ଦର୍ଶନ ଶ୍ରଦ୍ଧାଳୁ ଙ୍କ ପାଇଁ ପାଣି ଟେପ ସହିତ ଗ୍ଲାସ ବ୍ୟବସ୍ଥା କରାଯାଇଛି କିନ୍ତୁ ସେଥିରୁ ପାଣି ଆସୁନି l ମନ୍ଦିର ପାଦ ଦେଶରେ କେବଳ ଗୋଟିଏ ଷ୍ଟାଣ୍ଡ ପୋଷ୍ଟରୁ ପାଣି ଆସୁଛି କିନ୍ତୁ ଅଳ୍ପ ସମୟ ପରେ ସେ ମଧ୍ୟ ବନ୍ଦ ହୋଇଯାଉଛି ବୋଲି ଅଭିଯୋଗ ହୋଇଛି l ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବିଭିନ୍ନ ଯୋଜନାରେ ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିବା ବେଳେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସୂଚନା ଥାଉକି, ଗୁପ୍ତେଶ୍ୱର ପୀଠର ଉନ୍ନତି କରଣ ପାଇଁ ତତ୍କାଳୀନ ବିଜେଡି ସରକାର ତରଫରୁ ୨୦ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି l ଏ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟ କରଣ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନି l ହେଲେ ବଦଳୁଛିି ସମୟ, ବଦଳୁଛି ସରକାର , ହେଲେ ବଦଳୁନି ସମସ୍ୟା l ଯାହାକୁ ନେଇ ବଢୁଛି ଅସନ୍ତୋଷ l ଏଠାରେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପୀଠରେ ପାଣି ମୁନ୍ଦାଏ ବି ମିଳୁନି ବୋଲି କେରଳ ପର୍ଯ୍ୟଟକ ବିଜୁ ଭାଇ, ସୁନାବେଡାରୁ ଆସିଥିବା ଶ୍ରଦ୍ଧାଳୁ ପ୍ରଭାକର ମହାରଣା, ସ୍ଥାନୀୟ ବାସିନ୍ଦା ରଞ୍ଜନ କୁମାର ଦାସ,ଗେଲ ପ୍ରଧାନୀ, ନରେଶ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି l ଏନେଇ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ଏସଡିଓ ଅକ୍ଷୟ ପଟ୍ଟନାୟକଙ୍କୁ ପଚାରିବାରୁ ସେ ଅତି ଶୀଘ୍ର ପୀଠରେ ପାଣି ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି। ପାଣି ସମସ୍ୟା କେବେ ସମାଧାନ ହେବ ତାହାକୁ ଅପେକ୍ଷା l ତେଣୁ ଜିଲା ପ୍ରଶାସନ ଗୁରୁତ୍ବ ଦେବାକୁ ଜିଲାବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande