
ଭୁବନେଶ୍ୱର, ୨୯ ମଇ (ହି.ସ.) - ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆପରେଂଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ (ଏଇଡିପି)ରେ ନାମ ଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ୍ ୧୦ ରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ ଆପରେଂଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ ନିମନ୍ତେ ଆବେଦନ କରିପାରିବେ।
ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ସହ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ନିମନ୍ତେ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରାଧାନ୍ୟ ଦିଆଯାଇଛି। ଏହି ଦିଗରେ ଆପରେଂଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଶିକ୍ଷାବର୍ଷ ୨୦୨୬-୨୭ରେ ୧୧ଟି ପାଠ୍ୟକ୍ରମ ଯଥା : ବାଣିଜ୍ୟ, ଗୃହ ବିଜ୍ଞାନ, ଅର୍ଥନୀତି, ଇତିହାସ, ଇଂରାଜୀ, ପ୍ରାଣୀ ବିଜ୍ଞାନ, ଗଣିତ, ଗ୍ରନ୍ଥାଗାର ବିଜ୍ଞାନ, ରସାୟନ ବିଜ୍ଞାନ, ଭୂତତ୍ୱ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ବିଷୟରେ ଆପରେଂଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀମାନେ +୨ ପରେ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ।
ଆପରେଂଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଶିଳ୍ପ ଅଭିଜ୍ଞତା ପ୍ରଦାନ କରିବ। ଏଥିସହ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ।
ଆପରେଂଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମର ତୃତୀୟ ବର୍ଷରେ ଏକବର୍ଷ ପାଇଁ ଆପରେଂଟିସିପ୍ ସୁଯୋଗ ପ୍ରଦାନ କରାଯିବା ସହ ଷ୍ଟାଇପେଣ୍ଡ (ଆର୍ôଥକ ରାଶି) ପ୍ରଦାନ କରାଯିବାର ପ୍ରାବଧାନ ରହିଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା