ଡାକ ବିଭାଗରେ  ହିତାଧିକାରିଙ୍କ ଜମାଖାତାରୁ  ୫୦ କୋଟି ଟଙ୍କା ହଡପ ଘଟଣା : ଝରିଗାଁ ସବ ପୋଷ୍ଟ ଅଫିସର ତତ୍କାଳୀନ ପୋଷ୍ଟ ମାଷ୍ଟର ନିଲମ୍ବିତ
ଜୟପୁର, ୨୯ ମଇ (ହି.ସ.)- ଅବିଭକ୍ତ କୋରାପୁଟ ଜିଲାର ହିତାଧିକାରିଙ୍କ ବିଭିନ୍ନ ସରକାରୀ ଯୋଜନାର ଅର୍ଥ ସହ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜମା ଟଙ୍କାକୁ ଆତ୍ମସାତ ଘଟଣାର ତଦନ୍ତ କରି ବିଭାଗୀୟ କାଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ନବରଙ୍ଗପୁର ଜିଲା ଝରିଗାଁ ସବ ପୋଷ୍ଟ ଅଫିସର ତତ୍କାଳୀନ ପୋଷ୍ଟ ମାଷ୍ଟ
ଡାକ ବିଭାଗ ରେ  ହିତାଧିକାରି ଙ୍କ ଜମାଖାତାରୁ  ୫୦ କୋଟି ଟଙ୍କା ହଡପ ଘଟଣା, ଝରିଗାଁ ସବ ପୋଷ୍ଟ ଅଫିସର  ତତ କାଳିନ  ପୋଷ୍ଟ ମାଷ୍ଟର    ନିଲମ୍ବିତ


ଜୟପୁର, ୨୯ ମଇ (ହି.ସ.)- ଅବିଭକ୍ତ କୋରାପୁଟ ଜିଲାର ହିତାଧିକାରିଙ୍କ ବିଭିନ୍ନ ସରକାରୀ ଯୋଜନାର ଅର୍ଥ ସହ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜମା ଟଙ୍କାକୁ ଆତ୍ମସାତ ଘଟଣାର ତଦନ୍ତ କରି ବିଭାଗୀୟ କାଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ନବରଙ୍ଗପୁର ଜିଲା ଝରିଗାଁ ସବ ପୋଷ୍ଟ ଅଫିସର ତତ୍କାଳୀନ ପୋଷ୍ଟ ମାଷ୍ଟର ଗୌରାଙ୍ଗ ସରକାରଙ୍କୁ ଜୟପୁର ଡିଭିଜନର ବରିଷ୍ଠ ଡାକ ଅଧିକ୍ଷକ ସତ୍ୟବାଦି ବିଶ୍ୱାଳ ନିଲମ୍ବିତ କରିଥିବା ଜଣାଯାଇଛି । ବର୍ତମାନ ପୋଷ୍ଟ ମାଷ୍ଟର ଜଣକ କୋରାପୁଟ ଜିଲା ବୈପାରିଗୁଡାରେ କାର୍ଯ୍ୟରତ ଥିବା ଜଣାଯାଇଛି ।

ସୂଚନା ଅନୁସାରେ, ହିତାଧିକାରିଙ୍କ ଲକ୍ଷାଧିକ ଟଙ୍କା ଜମା ଖାତାରୁ ଚଞ୍ଚକତା କରି ଅନ୍ୟତ୍ର ଜମା କରି ଟଙ୍କା ଲୁଟ କରିଥିବା ପୂର୍ବତନ ସାଂସଦ ପ୍ରଦିପ ମାଝୀ ଓ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରବି ନନ୍ଦ ଅଭିଯୋଗ କରିଥିଲେ । ଏପରିକି ଅବିଭକ୍ତ କୋରାପୁଟ ଜିଲାରେ ୫୦ କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ କରିଥିଲେ । ଡିବିଟି ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଜୟପୁର ଡାକ ଡିଭିଜନ ଅଧିନରେ ନବରଙ୍ଗପୁର ଜିଲାର ଝରିଗାଁ, କୋଡିଙ୍ଗା, ଡାବୁଗାଁ ଭଳି ୩ଟି ପୋଷ୍ଟ ଅଫିସରେ ଏନଆରଇଜିଏସ ଭଳି ଅନେକ ସରକାରୀ ସହୟତା ରାଶିର ଦୁରୁପଯୋଗ କରି ଗରିବଙ୍କ ଟଙ୍କା ଠକି ନେଇଥିଲେ ଅଧିକାରି । ଏପରି ଅଭିଯୋଗ ପାଇବା ପରେ ଡାକ ବିଭାଗ ତଦନ୍ତ ଆରମ୍ଭ କରିଥିଲା ।

ସେପଟେ ଅନ୍ୟ ଦୁଇ ପୋଷ୍ଟ ମାଷ୍ଟରଙ୍କ ବିରୋଦ୍ଧରେ ତଦନ୍ତ ଚାଲିଛି । ଡାକ ବିଭାଗର ବରିଷ୍ଠ ସୁପରିଟେଣ୍ଡଣ୍ଟ ସତ୍ୟବାଦି ବିଶ୍ୱାଳଙ୍କୁ ଘଟଣା ସମ୍ପର୍କରେ ପଚରା ଯାଇଥିଲା । ସେ କହିଥିଲେ ଯେ, ଅଭିଯୋଗ ଆସିଛି । ଘଟଣାର ସତ୍ୟତା ରହିଛି । ୫୦ କୋଟି ଟଙ୍କାର ହଡପ ହୋଇଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ । ଜୟପୁର ଠାରେ ସାମ୍ବାଦିକ ସମ୍ମିଳନିରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ପ୍ରଦିପ ମାଝୀ ଡାକ ବିଭାଗରେ ଘୋଟାଲା ହୋଇଥିବାରୁ ସିବିଆଇ ତଦନ୍ତ ଦାବି କରିଥିଲେ। ଜୟପୁର ଡାକ ବିଭାଗ ଅଧିନରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ସହ ରାୟଗଡା ଜିଲା ରହିଛି । ଏହି ଜିଲାରେ ଥିବା ଡାକ ବିଭାଗରେ ଗରିବ ଗୁରୁବା, ହିତାଧିକାରିଙ୍କ ଟଙ୍କା ଲୁଟ ହୋଇଛି । ଏକ ଆକଳନରୁ ଜଣାଯାଇଛି, ୫୦ କୋଟି ଟଙ୍କା ହଡପ କରାଯାଇଛି । ଡାକ ବିଭାଗରେ ଏମଏନଆରଜିଏ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ପ୍ରଧାନମନ୍ତ୍ରୀ ଫସଲ ବିମା ଭଳି କେନ୍ଦ୍ର ଓ ରାଜ୍ୟ ସରକରାଙ୍କ ଜନ ହିତକର ଯୋଜନାର ଲାଭ ହିତାଧିକାରିଙ୍କ ଜମା ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ଯାଏ । ନବରଙ୍ଗପୁର ଓ କୋରାପୁଟ ଜିଲାର କିଛି ଅସାଧୁ କର୍ମଚାରି ମିଳିତ ହୋଇ ୫୦ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲାର ଡାବୁଗାଁ, ଝରିଗାଁ ଓ କୋଡିଗାଁ ଡାକଘର ସହ ବିଭିନ୍ନ ଅଞ୍ଚଳରେ ସବ ପୋଷ୍ଟର ମାନେ ହଡପ କରିଥିବା ଅଭିଯୋଗ ହୋଇଛି । ୨୫ ହଜାର ଜମା ଖାତାରୁ ୫ ହଜାର ହଡପ ହୋଇଛି । ଗତ ୨୦୨୧-୨୨ ଠାରୁ ୨୦୨୬ ବର୍ଷ ମଧ୍ୟରେ ୫୦ କୋଟି ଟଙ୍କା ହଡପ କରାଯାଇଛି । କେୱାଇସି ପରିବର୍ତନ କରିବା ସହ ଅଙ୍ଗୁଠି ଛାପ ବ୍ୟବହାର କରି ଟଙ୍କା ହଡପ କରାଯାଇଛି । ପୋଷ୍ଟମାଷ୍ଟର ମାନେ ନିଜର ନାମରେ ଶତାଧିକ ଏକାଉଣ୍ଟ କରି ଟଙ୍କାକୁ ଟ୍ରାନସଫର କରିଛନ୍ତି । ଏହିପରି ଭାବରେ ଅନ୍ୟ ଡାକ ଘରେ ମଧ୍ୟ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରିବାକୁ ବାର ବାର ଦାବୀ ହୋଇଥିଲେ ମଧ୍ୟ ଡାକ ବିଭାଗର ଅଧିକାରି ମାନେ ନିରବ ରହୁଛନ୍ତି । ଜଣେ ପୋଷ୍ଟ ମାଷ୍ଟର ଦୋଷ ସ୍ୱୀକାର କରିଥିଲେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଟଙ୍କା ହଡପ ଘଟଣାରେ ପଲ୍ଲିରୁ ଦିଲ୍ଲି ଯାଏ ଥିବା ଅଧିକାରି ମାନେ ଜଡିତ ଥିବା ସ୍ପଷ୍ଟ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏହି ଡାକ ବିଭାଗର ଏପରି ଟଙ୍କା ହଡପ ଘଟଣା ଅଶ୍ଚର୍ଯ୍ୟ ସୃଷ୍ଟି କରିଛି । ଆଇଡେଣ୍ଟିରେ ହେରଫେର ସିଷ୍ଟମରେ କେୱାଇସିରେ ବ୍ୟାପକ ପରିବର୍ତନ ଅନିୟମିତତା ମିଥ୍ୟା ଆଙ୍ଗୁଛି ଛାପ ବ୍ୟବହାର କରି ସ୍ପଷ୍ଟ ଦିବା ଲୋକରେ ଲୁଟ୍ କରାଯାଇଛି । ମନେରେଗା ଓ ଅନ୍ଯାନ୍ଯ ସରକାରୀ ଯୋଜନାରୁ ହଡପ କରିଥିବା ତଥା ଦୁର୍ନତିରେ ଲିପ୍ତ ଥିବା ଅଧିକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରିବା ସହ ସିବିଆଇ ତଦନ୍ତ ଦାବି କରାଯାଇଛି । ଯେଉଁ ହିତାଧିକାରିଙ୍କ ଟଙ୍କା ଲୁଟ ହୋଇଛି ସେ ମାନଙ୍କର ପ୍ରାପ୍ୟ ମଜୁରି ତୁରନ୍ତ ପ୍ରଦାନ କରାଯାଉ । ନଚେତ ଜୟପୁର ସ୍ଥିତ ମୁଖ୍ୟ ଡାକଘର ସହ ବିଏମଜି କାର୍ଯ୍ୟାଳୟ ଘେରାଉ କରିବା ସହ ଆଇନର ଆଶ୍ରୟ ନେବାକୁ ବିଜେଡି ନେତା ଚେତାବନୀ ଦେଇଥିଲେ । ଚେତାବନୀ ପାଇବା ପରେ ବିଭାଗ ତତ୍ପରତା ପ୍ରକାଶ କରି ନିଲମ୍ବିତ କରିଛନ୍ତି । ଅନ୍ୟ ୨ ଜଣ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande