
ପୁରୀ, ୨୯ ମଇ (ହି.ସ.)- ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦିବ୍ୟଜ୍ୟୋତି ପରିଡାଙ୍କ ଆଦେଶ କ୍ରମେ ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି। ଏହା ମଇ ମାସ ୨୨ ତାରିଖ ଠାରୁ ଅଗଷ୍ଟ ୧୯ ତାରିଖ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମହାନଗର ନିଗମ, ପିପିଲି, କୋଣାର୍କ ଓ ନିମାପଡା ଏନ ଏ ସି ଅଞ୍ଚଳରେ ବଳବତ୍ତର ରହିବ ବୋଲି ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ