ସ୍ବତନ୍ତ୍ର ସଘନ ସଂଶୋଧନ
ପୁରୀ, ୨୯ ମଇ (ହି.ସ.)- ଜିଲ୍ଲାରେ ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧରାଯାଇ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ଏକ ସୁସ୍ଥ, ସଠିକ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତ
ସ୍ବତନ୍ତ୍ର ସଘନ ସଂଶୋଧନ


ପୁରୀ, ୨୯ ମଇ (ହି.ସ.)- ଜିଲ୍ଲାରେ ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧରାଯାଇ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ଏକ ସୁସ୍ଥ, ସଠିକ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ଆମ ସମସ୍ତଙ୍କ ଦାୟିତ୍ବ। ଆମ ଜିଲ୍ଲାରେ ଏସ ଆଇ ଆର ଲାଗି ୧୬୦୯ ଗୋଟି ବୁଥ ପାଇଁ ବିଏଲଓ ବା ବୁଥ ଲେବଲ ଅଫିସରଙ୍କ ସହ ତାହାକୁ ତଦାରଖ ପାଇଁ ୧୬୧ ସୁପରଭାଇଜର ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜନୈତିକ ଦଳ ମାନେ ମଧ୍ୟ ପ୍ରତ୍ୟେକ ବୁଥରେ ବିଏଲଏ ବା ବୁଥ ଲେବଲ ଏଜେଣ୍ଟଙ୍କୁ ଦାୟିତ୍ୱ ଦେଇଛନ୍ତି। ଯାହା ଫଳରେ ଭୋଟର ତାଲିକା ତୃଟି ଶୂନ୍ୟ ଓ ସ୍ବଛ ହୋଇପାରିବ। ନିର୍ବାଚନ କମିଶନଙ୍କ କାର୍ଯ୍ୟସୂଚୀ ଅନୁସାରେ, ଚଳିତ ବର୍ଷ ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଧରାଯାଇଛି। ମଇ ମାସ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଗଣନା ପ୍ରସ୍ତୁତି, ପ୍ରଶିକ୍ଷଣ ଓ ପ୍ରିଣ୍ଟିଂ କାର୍ଯ୍ୟ କରାଯାଉଛି। ବିଏଲଓ ମାନେ ମଇ ମାସ ୩୦ ତାରିଖ ଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରିବେ। ଜୁଲାଇ ୫ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରଦର୍ଶିତ ହେବ। ଜୁଲାଇ ୫ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରାଯାଇ ପାରିବ। ଜୁଲାଇ ୫ରୁ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରାଯାଇ ଫଇସଲା କରାଯାଇ ଚୂଡାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୬ ତାରିଖରେ ପ୍ରକାଶ ପାଇବ। ସେହିପରି ୬ ଜଣ ଇଲେକ୍ଟ୍ରୋରାଲ ରେଜିଷ୍ଟ୍ରେସନ ଅଧିକାରୀ ବା ଇଆରଓ ଏବଂ ୩୧ ଜଣ ଏଇଆରଓ ଦାୟିତ୍ୱରେ ରହିବେ।

ଜିଲ୍ଲାରେ ମଇ ମାସ ୨୭ ତାରିଖ ସୁଦ୍ଧା ମୋଟ୍ ଭୋଟରଙ୍କ ସଂଖ୍ୟା ୧୩୮୭୯୩୦ ରହିଛି। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୧୩୦୩୦, ମହିଳା ଭୋଟର ୬୭୪୮୨୦ ଓ ୮୦ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ଏଥିରେ ୧୮ ରୁ ୧୯ ବର୍ଷ ବୟସ୍କ ଯୁବ ଭୋଟରଙ୍କ ସଂଖ୍ୟା ୨୪୫୨୦ ରହିଛି, ଯାହା ମୋଟ୍ ଭୋଟରଙ୍କ ଅନୁପାତ ଶତକଡା ୧.୭୭ ଭାଗ। ସେହିପରି ୮୫ ବର୍ଷରୁ ଉର୍ଦ୍ଧ୍ବ ଭୋଟରଙ୍କ ସଂଖ୍ୟା ୧୬୭୩୬ ଜଣ ଅର୍ଥାତ ଶତକଡା ୧.୨୧ ଭାଗ ରହିଥିବା ବେଳେ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୧୭୬୭୭ ଅର୍ଥାତ ଶତକଡା ୧.୨୭ ଭାଗ ରହିଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande