ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ବିଏଡ୍ କର୍ମଶାଳା ଉଦଯାପିତ
ଜୟପୁର, ୨୯ ମଇ (ହି.ସ.)- ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ପରିସରରେ ବାର ଦିନିଆ ବିଏଡ୍ କର୍ମଶାଳା ବିଶ୍ବବିଦ୍ୟାଳୟର ଇଗ୍ନୁ ବିଏଡ୍ ସଂଯୋଜକ ତଥା ଶିକ୍ଷକ ଶିକ୍ଷା ବିଭାଗର ମୁଖ୍ୟ ଡ଼ ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍
ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ବିଏଡ୍ କର୍ମଶାଳା ଉଦଯାପିତ


ଜୟପୁର, ୨୯ ମଇ (ହି.ସ.)- ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ପରିସରରେ ବାର ଦିନିଆ ବିଏଡ୍ କର୍ମଶାଳା ବିଶ୍ବବିଦ୍ୟାଳୟର ଇଗ୍ନୁ ବିଏଡ୍ ସଂଯୋଜକ ତଥା ଶିକ୍ଷକ ଶିକ୍ଷା ବିଭାଗର ମୁଖ୍ୟ ଡ଼ ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ କର୍ମଶାଳାରେ ଯାହା ଶିଖିଲେ ସେଗୁଡିକ ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରୀ କରିବା ସହ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ବବିଦ୍ୟାଳୟର କୁଳସଚିବ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଉପସ୍ଥିତ ରହି ବାର ଦିନ ଧରି ଚାଲିଥିବା କର୍ମଶାଳାର ରୂପରେଖ ଓ ପ୍ରଶିକ୍ଷାର୍ଥୀମାନଙ୍କ ଅନୁଭୂତି ଶୁଣି ଖୁସି ବ୍ୟକ୍ତ କରିବା ସହ ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ମିନି ଓଡିଶା ସହ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ଯୋଗ୍ୟ ପ୍ରତିନିଧି ଭାବରେ ଅଭିହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଇଗ୍ଳୁ ଆଞ୍ଚଳିକ ନିର୍ଦ୍ଦେଶାଳୟର ଆଞ୍ଚଳିକ ନିର୍ଦ୍ଦେଶିକା ଡଃ ଲତିକା ମିଶ୍ର କର୍ମଶାଳାର ସଫଳତା ସମ୍ବନ୍ଧରେ ସନ୍ତୋଷ ପ୍ରକାଶ କରିବା ସହ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଡ଼ ଉଜ୍ଜ୍ୱଳ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଏଡ ପ୍ରଶିକ୍ଷାର୍ଥୀଙ୍କୁ ପରୀକ୍ଷା ସମ୍ବନ୍ଧରେ ବିଭିନ୍ନ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ଓଡିଶାର ୨୦ଟି ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ରାଜ୍ୟର ୫ ଜଣ ପ୍ରଶିକ୍ଷାର୍ଥୀ ସମେତ ୫୬ ଜଣ ପ୍ରଶିକ୍ଷାର୍ଥୀ ବାର ଦିନ ଧରି ଶିକ୍ଷକ ଶିକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ ନେଇଥିଲେ।ଶ୍ରୀଜଗନ୍ନାଥଙ୍କ କରକମଳରେ ପୁଷ୍ପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଆରମ୍ଭ ହୋଇଥିବା ଉଦଯାପନୀ ଅଧିବେଶନରେ ସହକାରୀ ପ୍ରଫେସର ସୁଶ୍ରୀ ଅନୀତା ପଟ୍ଟନାୟକ, ଶ୍ରୀମତୀ ଅନୁପମା ମିଶ୍ର, ୟପ୍ରତ୍ ପାଣ୍ଡେ, ବନ୍ଦନା ମହାରଣା, ଶୁଭଶ୍ରୀ ପଟ୍ଟନାୟକ,ସୁଜାତା ବେଜ୍ ପ୍ରମୁଖ ଉପସ୍ଥିତ ଥିଲେ। ବାର ଦିବସୀୟ କର୍ମଶାଳାରେ ୧୨ ଜଣ ସମ୍ବଳ ଶିକ୍ଷକ ୯୨ଟି ଅଧିବେଶନ ନେଇଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande