ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୩୦ ମଇ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିବସରେ ଯୋଗଦେବା ଅବସରରେ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଭାବାନ ବିଦ୍ୟାର୍ଥୀ , ଶିକ୍ଷାବିତମାନ ଓ କାର୍ଯ୍ୟକର୍ତାଙ୍କ ସହ ସାକ୍ଷାତ
EGR


ଭୁବନେଶ୍ୱର, ୩୦ ମଇ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିବସରେ ଯୋଗଦେବା ଅବସରରେ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଭାବାନ ବିଦ୍ୟାର୍ଥୀ , ଶିକ୍ଷାବିତମାନ ଓ କାର୍ଯ୍ୟକର୍ତାଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ହରିଚନ୍ଦନ କହିଛନ୍ତି ରାଷ୍ଟ୍ର ଗଠନ, ଚରିତ୍ର ନିର୍ମାଣ ଓ ସଶକ୍ତ ନେତୃତ୍ୱ ପ୍ରଦାନ କ୍ଷେତ୍ରରେ ବିଦ୍ୟାର୍ଥୀ ପରିଷଦର ଉଦ୍ୟମ ସଦାସର୍ବଦା ଅତୁଳନୀୟ। ଏବିଭିପି ‘ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି’ ନାରାକୁ ଆହ୍ୱାନ ଦେଇ ଦେଶକୁ କେବଳ ଛାତ୍ର ନେତୃତ୍ୱ ଦେଇ ନାହିଁ, ବରଂ ରାଷ୍ଟ୍ରହିତ ପାଇଁ ସମର୍ପିତ ଚରିତ୍ରବାନ ନାଗରିକ ମଧ୍ୟ ପ୍ରଦାନ କରିଛି ।

ଏହି ଅବସରରେ ଏବିଭିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡକ୍ଟର ବୀରେନ୍ଦ୍ର ସିଂହ ସୋଲାଙ୍କି , ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆଶିଷ ଚୌହାନ, ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ, କ୍ଷେତ୍ରୀୟ ସହ ସଂଗଠନ ସମ୍ପାଦକ ବୈଲୋଚନ ସାହୁଙ୍କ ସମେତ ଅନ୍ୟାନ୍ୟ ପ୍ରାନ୍ତୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଏହା ସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ପ୍ରଦର୍ଶନୀରେ ଆମ ଓଡ଼ିଶାର ଗୌରବମୟ ଇତିହାସ, ସମୃଦ୍ଧ ସଂସ୍କୃତି, ପରମ୍ପରା, ଲୋକକଳା, ହସ୍ତଶିଳ୍ପ ଓ ଭାସ୍କର୍ଯ୍ୟକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିଲା ।

ଏହାସହିତ, ବିଦ୍ୟାର୍ଥୀ ପରିଷଦ ଦ୍ୱାରା ବର୍ଷସାରା ଦେଶବ୍ୟାପୀ କରାଯାଇଥିବା ବିଭିନ୍ନ ସୃଜନାତ୍ମକ କାର୍ଯ୍ୟ, ସେବା କାର୍ଯ୍ୟକଳାପ, ଛାତ୍ର ଆନ୍ଦୋଳନ ଏବଂ ବିଭିନ୍ନ ଆୟାମର କାର୍ଯ୍ୟାବଳୀକୁ ମଧ୍ୟ ସୁସଙ୍ଗତ ଭାବେ ଉପସ୍ଥାପିତ କରାଯାଇଥିଲା ଯାହାକି ବର୍ତମାନର କାର୍ଯ୍ୟକର୍ତା ଓ ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande