ଅଖିଳ ଭାରତ କୃଷକ ସଭାର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୩୦ ମଇ (ହି.ସ.)- ଅଖିଳ ଭାରତ କୃଷକ ସଭା (ଏଆଇକେଏସ୍)ର ପରିବର୍ଦ୍ଧିତ ଓଡ଼ିଶା ରାଜ୍ୟ ପରିଷଦ ବୈଠକ ଶନିବାର ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏଆଇକେଏସ୍ର ସର୍ବ ଭାରତୀୟ ସଭାପତି କମ୍ରେଡ ରାଜନ କ୍ଷୀରସାଗର ଉଦ୍ବୋଧନ ଦେଇ ସ୍ୱାଧୀନ ଭାରତର କୃଷକ କୃଷି ପାଇଁ ଜମି, କୃଷି ପାଇ
fsg


ଭୁବନେଶ୍ୱର, ୩୦ ମଇ (ହି.ସ.)- ଅଖିଳ ଭାରତ କୃଷକ ସଭା (ଏଆଇକେଏସ୍)ର ପରିବର୍ଦ୍ଧିତ ଓଡ଼ିଶା ରାଜ୍ୟ ପରିଷଦ ବୈଠକ ଶନିବାର ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏଆଇକେଏସ୍ର ସର୍ବ ଭାରତୀୟ ସଭାପତି କମ୍ରେଡ ରାଜନ କ୍ଷୀରସାଗର ଉଦ୍ବୋଧନ ଦେଇ ସ୍ୱାଧୀନ ଭାରତର କୃଷକ କୃଷି ପାଇଁ ଜମି, କୃଷି ପାଇଁ ଜଳସେଚନ, କୃଷି ଯନ୍ତ୍ରପାତିର ଶିଳ୍ପ ପ୍ରତିଷ୍ଠା, ଜୈବିକ ସାର, ପୋକମରା ଔଷଧ, କୃଷି ଉତ୍ପାଦନର ଲାଭ ଜନକ ଦର ଅଥବା ଆଇନଗତ ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷି ଉତ୍ପାଦିତ ସାମଗ୍ରୀର ସୁରକ୍ଷିତ ସଂରକ୍ଷଣ, ପ୍ରକ୍ରିୟାକରଣ ଶିଳ୍ପ, ଶୀତଳ ଭଣ୍ଡାର, ପିଆଜ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ଇତ୍ୟାଦି ପାଇଁ ଦାବି ନେଇ ନିଜ ଜୀବନ ଓ ଜୀବିକାର ସୁରକ୍ଷାର ସଂଘର୍ଷ କରିଆସିଛନ୍ତି। ଐତିହାସିକ କୃଷକ ଆନ୍ଦୋଳନ ୨୦୨୦ ମସିହା ନଭେମ୍ବର ୨୬ରୁ ୨୦୨୧ ମସିହା ନଭେମ୍ବର ୧୯ ପର୍ଯ୍ୟନ୍ତ ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବାବେଳେ ୭୦୦ରୁ ଊର୍ଦ୍ଧ୍ୱ କୃଷକ ଶହୀଦ ହୋଇଥିଲେ ମଧ୍ୟ ପଛକୁ ହଟି ନ ଥିଲେ ଏବଂ ଏକଛତ୍ରବାଦୀ ମୋଦି ସରକାର ତିନିଟି କଳା କୃଷି ଆଇନ ପ୍ରତ୍ୟାହାରବେଳେ ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଆଇନ ପ୍ରଣୟନରେ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ଭରି ନାହାନ୍ତି। ଏହି ଘଡ଼ିସନ୍ଧି ମୂହୂର୍ତ୍ତରେ ଭାରତର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି କରାଇ ଦେଶର ଜନଗଣଙ୍କୁ ଆମେରିକା ଉପନିବେଶବାଦୀ ଶାସନ ଓ ଶୋଷଣ ଭିତରକୁ ଠେଲି ଦେଇଛନ୍ତି। ଏହି ଉପନିବେଶବାଦୀ ଶାସନ ଓ ଶୋଷଣ ବିରୋଧରେ କୃଷକ ସମାଜ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କୃଷକ ସଂଘର୍ଷକୁ ଶାଣିତ କରିବାକୁ କମ୍ରେଡ଼ କ୍ଷୀରସାଗର ଆହ୍ୱାନ ଦେଇଥିଲେ।

ଏଆଇକେଏସର ରାଜ୍ୟ ସଭାପତି କମ୍ରେଡ ଶଶୀଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକରେ ସର୍ବ ଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ରାଉଲା ଭେଙ୍କାୟା ଉଦ୍ବୋଧନ ଦେଇ ବ୍ରିଟିଶ ଉପନିବେଶବାଦୀ ଶାସନାଧୀନ ଭାରତର ମୁକ୍ତି ସଂଘର୍ଷର ଅଗ୍ନି ଗର୍ଭରୁ ୧୧ ଏପ୍ରିଲ ୧୯୩୬ରେ ସହଜାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିନଠାରୁ ଏ ପର୍ଯ୍ୟନ୍ତ ଦେଶର ଅର୍ଥନୀତିର ମେରୁଦଣ୍ଡ କୃଷି ଓ କୃଷକ ସମାଜର ବିକାଶ ପାଇଁ ସଂଘର୍ଷ ଅବ୍ୟାହତ ଥିବାବେଳେ କୃଷକ ସମାଜର ହକ୍ ଏବଂ ଅଧିକାର ପାଇଁ ସଂଘର୍ଷ କରୁଥିବା ବାମପନ୍ଥୀ ଆନ୍ଦୋଳନ ଓ ସଂସଦୀୟ ପ୍ରତିନିଧିତ୍ୱ ବୃଦ୍ଧି ଦ୍ୱରା ହିଁ ସମ୍ଭବ ହେବ। ଏଥିପାଇଁ ପ୍ରତ୍ୟେକ ଗାଁରେ ଅଖିଳ ଭାରତ କୃଷକ ସଭାର ସଭ୍ୟ ସଂଗ୍ରହ, ଶାଖା ଗଠନ ସହ କୃଷକ ଆନ୍ଦୋଳନ ଶକ୍ତିଶାଳୀ ହେଲେ ହିଁ କୃଷକ ସମାଜର ଦାବି ପୂରଣ ସହ ଗ୍ରାମ୍ୟ ଅର୍ଥନୀତି ସୁଦୃଢ଼ ହୋଇ ପାରିବ ବୋଲି ଆହ୍ୱାନ ଦେଇ ଓଡ଼ିଶାରେ କୃଷକ ଆନ୍ଦୋଳନକୁ ଶାଣିତ କରିବାକୁ ଆହ୍ୱାନ ଦେଇଥିଲେ। ଉପସଭାପତି କମ୍ରେଡ ଆଶିଷ କାନୁନ୍ଗୋ ଓଡ଼ିଶାର କୃଷି ଓ କୃଷକ ସମସ୍ୟା ନେଇ ଆଗାମୀ ଜୁଲାଇ-ଅଗଷ୍ଟରେ ରାଜ୍ୟ ବ୍ୟାପୀ ପଦଯାତ୍ରା ସହ ୧ ସେପ୍ଟେମ୍ବରରେ ରାଜ୍ୟସ୍ତରୀୟ “କୃଷକ ଗର୍ଜନ ମହା ସମାବେଶ” ଭୁବନେଶ୍ୱରରେ କରାଇବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସମ୍ପାଦକ କମ୍ରେଡ କ୍ଷୀରୋଦ ସିଂହଦେଓ ଅଖିଳ ଭାରତ କୃଷକ ସଭାର କାର୍ଯ୍ୟ ବିବରଣୀ ଉପସ୍ଥାପନ କରିବା ସହ ଆଗାମୀ କାର୍ଯ୍ୟସୂଚୀ ଯଥା: ସଭ୍ୟ ସଂଗ୍ରହ ସହ ଶାଖା ଗଠନ, ଅଗଷ୍ଟ ୯ ଦେଶବ୍ୟାପୀ ଶାଖା ସ୍ତରୀୟ ଆନ୍ଦୋଳନ ଓ ୧ ସେପ୍ଟେମ୍ବର ରାଜ୍ୟସ୍ତରୀୟ କୃଷକ ଗର୍ଜନ ମହା ସମାବେଶର ଆହ୍ୱାନ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande