ଟାଟା ଷ୍ଟିଲ ପକ୍ଷରୁ ଠିକାଦାର ଓ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ
ଝାରସୁଗୁଡା, ୩୦ ମଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ଗ୍ରୀନଭେଲି ବଗିଚାରେ ଟାଟାଷ୍ଟିଲ ପକ୍ଷରୁ ଠିକାଦାର ଓ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଦର୍ଶ ଏଣ୍ଟରପ୍ରାଇଜେସ ଓ ଡେ ସନ ଡିଷ୍ଟ୍ରିବ୍ୟୁଟରଙ୍କ ସହଭାଗିତାରେ ଅନୁଷ୍ଠିତ ସମ୍ମିଳନୀରେ କମ୍ପାନୀ ଉପଭୋକ୍ତା
Awareness programme by tata steel


ଝାରସୁଗୁଡା, ୩୦ ମଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ଗ୍ରୀନଭେଲି ବଗିଚାରେ ଟାଟାଷ୍ଟିଲ ପକ୍ଷରୁ ଠିକାଦାର ଓ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଦର୍ଶ ଏଣ୍ଟରପ୍ରାଇଜେସ ଓ ଡେ ସନ ଡିଷ୍ଟ୍ରିବ୍ୟୁଟରଙ୍କ ସହଭାଗିତାରେ ଅନୁଷ୍ଠିତ ସମ୍ମିଳନୀରେ କମ୍ପାନୀ ଉପଭୋକ୍ତା ସେବା ମ୍ୟାନେଜର ରାଜକୁମାର ପାଳ ଯୋଗଦେଇ ଟାଟା ଷ୍ଟିଲ ଟିଏମଟି ବାର ର ଗୁଣବତ୍ତା ତଥା ଲୋକଙ୍କ ଚାହିଦା ଓ ଟାଟା କମ୍ପାନୀର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ l

ଆଦର୍ଶ ଏଣ୍ଟରପ୍ରାଇଜେସ ର ପ୍ରୋପାଇଟର ସୁଶାନ୍ତ କୁମାର ପୁରୋହିତ ମଞ୍ଚାସିନ ଥିଲେ l ଏରିଆ ସେଲସ ମ୍ୟାନେଜର ସତ୍ୟନାରାୟଣ ବାରିକ ମଞ୍ଚ ପରିଚାଳନା କରିଥିଲେ l ଏଥିରେ କୋଲାବିରା ବ୍ଲକ ଅଞ୍ଚଳର ବହୁ ଠିକାଦାର ଓ ମିସ୍ତ୍ରୀ ଯୋଗଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande