କାରକୁ ଟ୍ରକ୍ ଘୋଷାଡ଼ି ନେବା ଘଟଣାରେ ଡ୍ରାଇଭର ଗିରଫ
ଭୁବନେଶ୍ୱର, ୩୦ ମଇ (ହି.ସ.)- ମେଂଚଶ୍ୱର ଗଙ୍ଗୁଆ ନାଳ ପାଖରେ କାରକୁ ଟ୍ରକ୍ ଘୋଷାଡ଼ି ନେବା ଘଟଣାରେ ସମ୍ପୃକ୍ତ ଟ୍ରକ୍ ଡ୍ରାଇଭର ଗିରଫ ହୋଇଛନ୍ତି। ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ସେ କହିଛନ୍ତି କାଲି ମଧ
କାରକୁ ଟ୍ରକ୍ ଘୋଷାଡ଼ି ନେବା ଘଟଣାରେ ଡ୍ରାଇଭର ଗିରଫ


ଭୁବନେଶ୍ୱର, ୩୦ ମଇ (ହି.ସ.)- ମେଂଚଶ୍ୱର ଗଙ୍ଗୁଆ ନାଳ ପାଖରେ କାରକୁ ଟ୍ରକ୍ ଘୋଷାଡ଼ି ନେବା ଘଟଣାରେ ସମ୍ପୃକ୍ତ ଟ୍ରକ୍ ଡ୍ରାଇଭର ଗିରଫ ହୋଇଛନ୍ତି। ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ସେ କହିଛନ୍ତି କାଲି ମଧ୍ୟରାତିରେ ଟ୍ରକ୍-କାର ମଧ୍ୟରେ ଦୁର୍ଘଟଣା ହୋଇଥିଲା। କାରଟି ଟ୍ରକ୍ ଆଗକୁ ଆସି ଯାଇଥିଲା। ଧକ୍କା ହେବା ପରେ ଟ୍ରକ୍ ଚାଳକ ଅଟକି ନ ଥିଲେ। କିଛି ବାଟ କାର୍ ୍କୁ ଘୋଷାଡ଼ି ନେଇଥିଲେ। ପିସିଆର ପିଛା କରି ଟ୍ରକ୍ କୁ ଧରିଥିଲା। ଆଗରେ ରୋଡ୍ ବ୍ଲକ୍ କରି ପାହାଳ ଥାନା ଆଖପାଖରେ ଧରିଲୁ । ଡ୍ରାଇଭର ମାଡ଼ ଭୟରେ ଏପରି କରିଥିବା କହୁଥିଲେ ବି ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande