ଖୋର୍ଦ୍ଧା ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ଯୋଗ ଦେଲେ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ୩୦ ମଇ (ହି.ସ.)- ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଦିନ ଭାରତୀୟ ଜନତା ପାର୍ଟି, ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଆୟୋଜିତ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ–୨୦୨୬’ ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଯାଇଛି। ଏହି
tyyu


ଭୁବନେଶ୍ୱର, ୩୦ ମଇ (ହି.ସ.)- ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଦିନ ଭାରତୀୟ ଜନତା ପାର୍ଟି, ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଆୟୋଜିତ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ–୨୦୨୬’ ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ତଥା ପୂର୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କାର୍ଯ୍ୟକର୍ତାମାନଙ୍କୁ ସମ୍ବୋଧିତ କରିଥିଲେ।

କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବୈଚାରିକ ଅଧିଷ୍ଠାନ, ସଂଗଠନର ମୂଳ ଦର୍ଶନ ଏବଂ ରାଷ୍ଟ୍ରନିର୍ମାଣ ପ୍ରତି ଦଳର ଅବଦାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ଦଳର ବିଚାରଧାରା ରାଷ୍ଟ୍ରବାଦ,ଅନ୍ତ୍ୟୋଦୟ, ସୁଶାସନ, ସାଂସ୍କୃତିକ ମୂଲ୍ୟବୋଧ ଏବଂ 'ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ'ର ମନ୍ତ୍ର ଉପରେ ଆଧାରିତ,ଯାହା ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ସମର୍ପିତ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 'ଏକାତ୍ମ ମାନବବାଦ', ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଷ୍ଟ୍ରବାଦୀ ଚିନ୍ତନ ଏବଂ ଦଳର ଐତିହାସିକ ଯାତ୍ରା ସମ୍ପର୍କରେ ମଧ୍ୟ ଗଭୀର ଭାବେ ଆଲୋଚନା କରାଯାଇଥିଲା।

ଏହି ବୈଠକରେଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ , ବିଜେପି ରାଜ୍ୟ ଉପସଭାପତି ଯତୀନ ମହାନ୍ତି, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ଜିଲ୍ଲା ପ୍ରଭାରୀ ପବିତ୍ର ମୋହନ ଦାଶ, ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ଜିଲ୍ଲା ପ୍ରଶିକ୍ଷଣ ବର୍ଗ ସହ-ପ୍ରଭାରୀ ରତିକାନ୍ତ ଦାସଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande