ବଲାଙ୍ଗୀର ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ଗ୍ରାମ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ
ବଲାଙ୍ଗିର ୩୦ ମେ (ହି.ସ.) - ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗୀର ବ୍ଲକ୍ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ବଲାଙ୍ଗୀର ର ଆୟୋଜନ କ୍ରମେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ଶିଶୁ ସୁରକ୍ଷା କମିଟି ବୈଠକ ଓ ସରପଂଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଂଚାୟତ ସ୍ତରୀୟ ଶିଶ
ବଲାଙ୍ଗୀର ବ୍ଲକ୍  ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ  ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ।


ବଲାଙ୍ଗିର ୩୦ ମେ (ହି.ସ.) - ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗୀର ବ୍ଲକ୍ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ବଲାଙ୍ଗୀର ର ଆୟୋଜନ କ୍ରମେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ଶିଶୁ ସୁରକ୍ଷା କମିଟି ବୈଠକ ଓ ସରପଂଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି।ଏହିତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ୱାଗତ ଜଣାଇ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ର ଦାୟିତ୍ୱ, କର୍ତବ୍ୟ,ଭୂମିକା ଉପରେ ଜଣାଇଥିଲେ। କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍,ଶିଶୁ ଶ୍ରମିକ ନିରୋଧ ଆଇନ,ପି ସି ପି ଏନ୍ ଡି ଟି ଆଇନ୍ ଉପରେ ଜଣାଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ବ୍ଲକ୍ ର ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଆନନ୍ଦ ଚରଣ ମିଶ୍ର ଉପସ୍ଥିତ ରହି ଶିଶୁ ମାନଙ୍କ ପାଇଁ ଥିବା ଗ୍ରାମ ପଂଚାୟତ ବିକାଶ ପାଣ୍ଠି ର ୫% ଯୋଜନା ରଖି ଶିଶୁଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ତାଲିମରେ ଜଣାଇଥିଲେ। ତାଲିମରେ ଜି ପି ଡି ଓ ପ୍ରକାଶ କୁମାର ପନିକ ଉପସ୍ଥିତ ରହି ତାଲିମ୍ ନେଇ ଶିକ୍ଷା ଲାଭ କରି କାମରେ ଲଗାଇବା ପାଇଁ ସମସ୍ତ ସରପଂଚ ଓ ଇ ଓ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତି ତାଲିମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଂଚ ଓ ଇ ଓ ମାନଙ୍କର ଭୂମିକା , ଦାୟିତ୍ୱ ଉପରେ ଜଣାଇଥିଲେ । ଗ୍ରାମ ପଂଚାୟତ ବିକାଶ ପାଣ୍ଠି ର ଅନ୍ ଟାଏଡ ପାଣ୍ଠି ର ୫ % ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଠି ଭିତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ।ଏହି ତାଲିମ ପ୍ରଦାନ ପୂର୍ବରୁ ଏବଂ ତାଲିମ ପରବର୍ତୀ ପର୍ଯ୍ୟାୟରେ ୧୦ ଟି ପ୍ରଶ୍ନ ପ୍ରସ୍ତୁତି କରି ସମସ୍ତ ସରପଂଚ ଓ ପି ଇ ଓ ଙ୍କୁ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ବ୍ଲକ୍ ର ୨୩ ଗୋଟି ଗ୍ରାମ ପଂଚାୟତ ର ସରପଂଚ, ଇ ଓ ଉପସ୍ଥିତ ଥିଲେ।ଏହି ଅବସରରେ ସି ଡି ପି ଓ ସୁବାସିନୀ ଦାସ ଉପସ୍ଥିତ ରହି ବାଲ୍ୟ ବିବାହ ଉପରେ ସଚେତନତା କାର୍ଯ୍ୟକ୍ରମ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର କେସ ୱାର୍କର ସୁଦନ ଖମାରି ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପରିଶେସରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍ ଜୁନ୍ ଓ ଜୁଲାଇ ମାସରେ ୨୩ ଟି ଗ୍ରାମ ପଂଚାୟତ ରେ ଶିଶୁ ସୁରକ୍ଷା ଯୋଜନା କରିବାକୁ କହିଥିଲେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମ୍କୁ ଶେଷ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande