ବେଆଇନ ମଦ ବିକ୍ରୀରେ ଚଢ଼ାଉ, ମହିଳା ଗିରଫ
ସମ୍ବଲପୁର, ୩୦ ମଇ(ହି.ସ.) – ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ପଂଚାୟତର ସୋଲବଗା ଠାରେ ଚୋରାରେ ମଦ ବିକ୍ରି ହେଉଥିବା ନେଇ ସ୍ଥାନୀୟ ଅଂଚଳର ମହିଳା ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ଏହିପରି ଅଭିଯୋଗକୁ ଅବକାରୀ ବିଭାଗ ଅଣଦେଖା କରି ଆସୁଥିବାବେଳେ ଆଜି ଘଟଣ
ବେଆଇନ ମଦ ବିକ୍ରୀରେ ଚଢ଼ାଉ, ମହିଳା ଗିରଫ


ବେଆଇନ ମଦ ବିକ୍ରୀରେ ଚଢ଼ାଉ, ମହିଳା ଗିରଫ


ସମ୍ବଲପୁର, ୩୦ ମଇ(ହି.ସ.) – ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ପଂଚାୟତର ସୋଲବଗା ଠାରେ ଚୋରାରେ ମଦ ବିକ୍ରି ହେଉଥିବା ନେଇ ସ୍ଥାନୀୟ ଅଂଚଳର ମହିଳା ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ଏହିପରି ଅଭିଯୋଗକୁ ଅବକାରୀ ବିଭାଗ ଅଣଦେଖା କରି ଆସୁଥିବାବେଳେ ଆଜି ଘଟଣା ସ୍ଥଳରେ ଚଢ଼ାଉ କରି ୯ ଲିଟର ବିଦେଶୀ ମଦ ଜବତ୍ କରିବା ସହ ସମ୍ପୃକ୍ତା ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ସୋଲବଗା ଗ୍ରାମର ଲିଲି ନାଏକ ବୋଲି ଜଣାପଡିଛି। ଅପରପକ୍ଷେ ଗୋବିନ୍ଦପୁର ଅବକାରୀ ଅଧିକାରୀ ଦୁଲେଶ୍ୱର କୁମୁରା ଓ ଶ୍ୟାମ ଭୋଇଙ୍କ ପରୋକ୍ଷ ସହାୟତାରେ ମହିଳା ଜଣଙ୍କ ଦୀର୍ଘ ଦିନ ଧରି ଏଠାରେ ମଦ ବିକ୍ରି କରିଆସୁଥିବା ନିଜ ସଫେଇରେ ଜଣାଇଛି। ଯାହା ଫଳରେ ଆଜିର ଅବକାରୀ ଚଢାଉ ଏକ ପ୍ରହସନ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande