2 ତାରିଖ ଠାରୁ ବିଭାଗ ୱାରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 30 ମେ (ହି.ସ.)-2 ତାରିଖ ଠାରୁ ବିଭାଗ ୱାରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨ବର୍ଷ ମଧ୍ୟରେ ଆମ ବିଭାଗ ବହୁତ କାମ କରିଛି। ପୂର୍ବରୁ ମେଟାଲ ସେକ୍ଟରରେ ଅଧିକ ପୁଞ୍ଜି ନିବେଶ ଆସୁଥିବା
2 ତାରିଖ ଠାରୁ ବିଭାଗ     ୱାରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 30 ମେ (ହି.ସ.)-2 ତାରିଖ ଠାରୁ ବିଭାଗ ୱାରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଶିଳ୍ପ ମନ୍ତ୍ରୀ

ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨ବର୍ଷ ମଧ୍ୟରେ ଆମ ବିଭାଗ ବହୁତ କାମ

କରିଛି। ପୂର୍ବରୁ ମେଟାଲ ସେକ୍ଟରରେ ଅଧିକ ପୁଞ୍ଜି ନିବେଶ ଆସୁଥିବା ବେଳେ ଏବେ ଅକ୍ଷୟ ଶକ୍ତି,

ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ସେମି କଣ୍ଡକ୍ଟର

କ୍ଷେତ୍ରରେ ଅଧିକ ପୁଞ୍ଜି ଆସୁଛି। ପୁଞ୍ଜି ନିବେଶ ଠାରୁ ଗ୍ରାଉଣ୍ଡିଙ୍ଗ ଯାଏଁ ବିଭାଗ ମନିଟରିଂ

କରୁଛି।।ସଫଳତା ଅନେକ ମିଳୁଛି। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଆ ପିଲାଙ୍କୁ ବିଶ୍ୱ ସ୍ତ୍ରରରେ

ସଫଳତା ମିଳୁଛି। ସମସ୍ତ ଆଇଟିଆଇ କେନ୍ଦ୍ର ଗୁଡିକ ସଶକ୍ତ କରାଯାଇଛି। 2 ତାରିଖ ଠାରୁ ମୁଖ୍ୟମନ୍ତ୍ରୀ ବିଭାଗ ୱାରୀ ସମୀକ୍ଷା କରିବେ। ଆମେ

ଆମର ରିପୋର୍ଟ ପ୍ରସ୍ତୁତ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande