ଗଣକବି ଗୋପାଳ ଦାସଙ୍କ ୧୫୦ତମ ଜୟନ୍ତୀ ପାଳନ
କେନ୍ଦ୍ରାପଡା-30 ମେ (ହି.ସ.) ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଵାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଓ ସତୀର୍ଥ ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଓଡ଼ିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ଗୋପାଳ ଦାଶଙ୍କ ପୁ
ଗଣକବି ଗୋପାଳ ଦାସଙ୍କ ୧୫୦ତମ ଜୟନ୍ତୀ ପାଳନ


କେନ୍ଦ୍ରାପଡା-30 ମେ (ହି.ସ.) ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଵାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଓ ସତୀର୍ଥ ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଓଡ଼ିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ଗୋପାଳ ଦାଶଙ୍କ ପୁଣ୍ୟ ୧୫୦ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଳା ନିକେତନ ଓ ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବରେ ଫୋରଡ ଵାୟା ଆଶ୍ରମର ମହନ୍ତ ହୃଷୀକେଶ ଦାସ ମହାରାଜ ମୁଖ୍ୟ ଅତିଥି, ସ୍ଵରତୀର୍ଥର ପ୍ରତିଷ୍ଠାତା ସଙ୍ଗୀତ ଗୁରୁ ରବୀନ୍ଦ୍ର ନାଥ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗଣକବିଙ୍କ କାଳଜୟୀ ସୃଷ୍ଟି ଏବଂ ଗୀତାଭିନୟ ଜଗତ ପ୍ରତି ବଳିଷ୍ଠ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ଗୀତିକାର ବିମଳ ପରିଡ଼ା ଅତିଥି ପରିଚୟ ପ୍ରଦାନ କରି କାର୍ୟ୍ୟକ୍ରମର ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେଇଥିଲେ। ସତୀର୍ଥ ସଭାପତି କବି ଅମର ପ୍ରସାଦ ରାଉତ ସ୍ଵାଗତ ଭାଷଣ ପ୍ରଦାନ ପୂର୍ବକ ଗଣକବିଙ୍କ ଗୀତିନାଟ୍ୟ ରଚନା, ନିର୍ଦ୍ଦେଶନା ଓ ଅଭିନୟ ଚାତୁରୀ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ଆରମ୍ଭରେ ଅନୁଷ୍ଠାନ ପରିସରରେ ଥିବା ଅକ୍ଷୟ ମହାନ୍ତି, ଭିକାରୀ ବଳ, ଲୋକକବି ଭାବଗ୍ରାହୀ ପରିଡ଼ା, କବି ପତ୍ନୀ ସରୋଜିନୀ ପରିଡ଼ାଙ୍କ ପ୍ରତିମୂର୍ତ୍ତି ଏବଂ ଗଣକବି ଗୋପାଳ ଦାଶଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ବିଶିଷ୍ଟ ଗାୟିକା ନିରୁପମା ଜେନା ବିମଳ ପରିଡ଼ାଙ୍କ ରଚନା ଓ ନିର୍ଦ୍ଦେଶନାରେ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରିଥିଲେ। ଉପସ୍ଥିତ ବକ୍ତାମାନେ ଗଣକଵିଙ୍କୁ ଏକାଧାରରେ ଜଣେ କବି, ଗାୟକ, ସଙ୍ଗୀତ ନିର୍ଦ୍ଦେଶକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଏବଂ ସଫଳ ଅଭିନେତା ଭାବରେ ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା, କବି ଗଗନ ବିହାରୀ ଜେନା, କବି ଅଶୋକ ସାହୁ, ଦିବ୍ୟ ଜୀବନ ସଂଘର ସନ୍ଥ ସ୍ଵାମୀ ନାରାୟଣ ମହାରାଜ , ଗାୟକ ମାଗୁଣି ସାହୁ, ପ୍ରଵଚକ ଵିକ୍ରମ କେଶରୀ ପରିଡ଼ା, ଗାୟକ ତଥା ଵାଦ୍ୟକାର ସୁରେନ୍ଦ୍ର ରାଉତ୍, ଚୈତନ୍ୟ ରାଉତ୍, ପ୍ରମୋଦ ରାଉତ୍, ନାରାୟଣ ପ୍ରଧାନ, ନାଟ୍ୟକାର ଭୀମସେନ ପ୍ରଧାନ,ଶ୍ଵେତା ପ୍ରିୟଦର୍ଶିନୀ ସାହୁ, ପ୍ରତୀକ୍ଷା ନାୟକ, ସନ୍ତୋଷ ଦାସ,ସ୍ଵାତୀ ପ୍ରିୟଦର୍ଶିନୀ ଦାସ, ଦେବସ୍ମୀତା ବେହେରା, ଜାଗ୍ୟଶ୍ରୀ ସାହୁ, ଭୂମିକା ଭୋଇ, ଅମିତ୍ ବିଶ୍ଵାଳ, ଶ୍ରଦ୍ଧାଞ୍ଜଳି ସାହୁ, ବସନ୍ତ କୁମାର ଦାସ, ମାଧବ ମଳିକ, ସ୍ମୃତିରେଖା ପ୍ରିୟଦର୍ଶିନୀ, ରୂପାଲି ସୂତାର ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ସତୀର୍ଥର କୋଷାଧ୍ୟକ୍ଷ ଭାବଗ୍ରାହୀ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande