ମହେଶ୍ୱରପୁର ଗ୍ରାମରେ ମସୁର ଫସଲର କ୍ଷେତ୍ର ଦିବସ ପାଳିତ: ଶତାଧିକ ଚାଷୀଙ୍କ ଯୋଗଦାନ
ଚମ୍ପୁଆ, ୩୦ ମେ (ହି.ସ.) - ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଂଚାୟତର ମହେଶ୍ୱରପୁର ଗ୍ରାମରେ ମସୁର ଫସଲର କ୍ଷେତ୍ର ଦିବସ ପାଳନ ଅବସରରେ ଏକ ସାଧାରଣ ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶତାଧିକ ଚାଷୀ ଯୋଗ ଦେଇଥିଲେ। ସଭାରେ ଚମ୍ପୁଆ ବ୍ଲକ କୃଷି ଅଧିକାରୀ ସାରଦା
ମହେଶ୍ୱରପୁର ଗ୍ରାମରେ ମସୁର ଫସଲର କ୍ଷେତ୍ର ଦିବସ ପାଳିତ: ଶତାଧିକ ଚାଷୀଙ୍କ ଯୋଗଦାନ


ଚମ୍ପୁଆ, ୩୦ ମେ (ହି.ସ.) - ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଂଚାୟତର ମହେଶ୍ୱରପୁର ଗ୍ରାମରେ ମସୁର ଫସଲର କ୍ଷେତ୍ର ଦିବସ ପାଳନ ଅବସରରେ ଏକ ସାଧାରଣ ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶତାଧିକ ଚାଷୀ ଯୋଗ ଦେଇଥିଲେ। ସଭାରେ ଚମ୍ପୁଆ ବ୍ଲକ କୃଷି ଅଧିକାରୀ ସାରଦା ହାଁସଦା ଓ ସହକାରୀ କୃଷି ଅଧିକାରୀ ରମାମଣୀ ସାହୁ ଯୋଗ ଦେଇ ଚାଷୀ ମାନଙ୍କୁ ମସୁର ଚାଷର ଆଧୁନିକ ପ୍ରଣାଳୀ, ରୋଗ ପୋକ ପରିଚାଳନା ଏବଂ ଅଧିକ ଅମଳକ୍ଷମ ବିହନ ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହିତ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଫସଲର ସ୍ଥିତି ଓ ଏହାର ଲାଭ ବିଷୟରେ ଚାଷୀମାନଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରା ଯାଇଥିଲା। ଏହି ଅବସରରେ ଚାଷୀମାନେ ନିଜ ନିଜର ଅନୁଭୂତି ବାଣ୍ଟିବା ସହ କୃଷି ବିଭାଗର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ରଜିଆ ପଂଚାୟତ କୃଷି ଅଧିକାରୀ କ୍ଷୀରୋଦିନୀ କିଷାନ ପରିଚାଳନା କରିଥିବା ବେଳେ କୃଷକ ସାଥି ସଚ୍ଚିଦାନନ୍ଦ ପ୍ରଧାନ, ଯତୀନ କୁମାର ମହାନ୍ତ ସହଯୋଗ କରିଥିଲେ।

............

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande