ଜିଲ୍ଲାସ୍ତରୀୟ ଏସଆଇଆର-୨୦୨୬ ସଚେତନତା କାର୍ଯ୍ୟକ୍ରମ
ଝାରସୁଗୁଡା, ୩୦ ମଇ (ହି.ସ.)- ଝାରସୁଗୁଡା ଜିଲ୍ଲାରେ ଏସଆଇଆର-୨୦୨୬ ଅନ୍ତର୍ଗତ ଆଜି ଠାରୁ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଝାରସୁଗ
District level Sir awareness programme


ଝାରସୁଗୁଡା, ୩୦ ମଇ (ହି.ସ.)- ଝାରସୁଗୁଡା ଜିଲ୍ଲାରେ ଏସଆଇଆର-୨୦୨୬ ଅନ୍ତର୍ଗତ ଆଜି ଠାରୁ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)-ତଥା-ଇଆରଓ ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଳିତ ସୋରେଙ୍ଗ ଏବଂ ଉପ-ଜିଲ୍ଲାପାଳ-ତଥା-ଇଆରଓ ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ସବ୍ୟସାଚୀ ପଣ୍ଡା ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ୩୦ ମେ’ ୨୦୨୬ ଠାରୁ ଆରମ୍ଭ ହୋଇଥିବା ଏହି କ୍ଷେତ୍ରସ୍ତରୀୟ ଅଭିଯାନ ଆସନ୍ତା ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଜାରି ରହିବ।

ଏହି ସ୍ୱତନ୍ତ୍ର କ୍ଷେତ୍ର ଅଭିଯାନର ଶୁଭାରମ୍ଭକୁ ସ୍ମରଣୀୟ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ‘ଏସଆଇଆର’ ଥିମ୍ ଆଧାରିତ ଏକ ଆକର୍ଷଣୀୟ ରଙ୍ଗୋଲି ପ୍ରଦର୍ଶନ କରାଯାଇଥିଲା। ଏହାପରେ ବିଏଲଓ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଥିଲା।

ଏହି ସମାବେଶରେ ଡେପୁଟି କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ, ଝାରସୁଗୁଡ଼ା ପୌରପାଳିକାର ଏଇଆରଓ ସୌମ୍ୟେଶ ଆଚାର୍ଯ୍ୟ, ସହକାରୀ ଜିଲ୍ଲାପାଳ ସଞ୍ଜୀବ ଶଢ଼ଙ୍ଗୀ, ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ନାୟକ ଏବଂ ସହକାରୀ ଜିଲ୍ଲାପାଳ ଦୁଷ୍ମନ୍ତ ମହାନ୍ତିଙ୍କ ସମେତ ଜିଲ୍ଲା ନିର୍ବାଚନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande