
କେନ୍ଦ୍ରାପଡା-30 ମେ (ହି.ସ.) ପୂର୍ବାହ୍ନ ୧୦ ଘଟିକା ସମୟରେ ବରିଷ୍ଠ ନାଗରିକ ମଞ୍ଚ ଜମଧର ପଞ୍ଚାୟତ ଆନୁକୂଲ୍ୟରେ ଜମଧର ଛକ ଠାରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ବ୍ଲକ ସଂଯୋଜକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ କୈଳାସ ଚନ୍ଦ୍ର ସ୍ୱାଇଁ ଉଦ୍ଘାଟନ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ସ୍ଥାୟୀ ସଭାପତି ନାରାୟଣ ଚନ୍ଦ୍ର ବାରିକ, ସଂପାଦକ ହରେକୃଷ୍ଣ ବରାଳ, କୋଷାଧ୍ୟକ୍ଷ ବଳରାମ ବରାଳ, ଉପସଭାପତି କ୍ଷୀରୋଦ ଚନ୍ଦ୍ର ନାଥ, ସହ ସମ୍ପାଦକ ହେମନ୍ତ କୁମାର ପାଢି, ସଙ୍ଗଠନ ସମ୍ପାଦକ ସରୋଜ କୁମାର ଜେନା, ସରପଞ୍ଚ ରାଜକିଶୋର ଜେନା, ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ପଞ୍ଚାୟତ ସମିତି ସଭ୍ୟ ଦେବାଶିଷ ଦାସଙ୍କ ଉପସ୍ଥିତିରେ ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟରେ ସହଯୋଗ କରିଥିଲେ ଗୈାରାଙ୍ଗ ଚରଣ ଦାସ, ପୁରୁଷୋତ୍ତମ ସାହୁ, ରାଜେନ୍ଦ୍ର ମହାନ୍ତି, କ୍ଷୀରୋଦ କୁମାର ବାରିକ, ରମେଶ ପ୍ରସାଦ ପତି, ରଘୁନାଥ ଦାସ, ଅଧିକାରୀ ଗୋପିନାଥ ଦାସ, ଅଭିମନ୍ୟୁ ମହାନ୍ତି, ଧ୍ରୁବ ଚରଣ ମହାରଣା, ପୁରୁଷୋତ୍ତମ ସାହୁ, ଅନାଦି ଓଝା, ଉତ୍ତମ ଜେନା, ଦୁଖିଶ୍ୟାମ ପ୍ରଧାନ, ଶାରଦା ପ୍ରସନ୍ନ , ଅଶୋକ କୁମାର ରାଉତ ଉକ୍ତ କାର୍ଯ୍ୟାକ୍ରମ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ସରୋଜ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି