
ଜୟପୁର, ୩୦ ମଇ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଦୁଇ ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦେଶି ମଦ ଚାଲାଣ ହେଉଥିବା ଜୟପୁର ଅବକାରି ଥାନା ସୂଚନା ପାଇ ବନ୍ଦଗୁଡା ଓ ଇରିଗେସନ କୋଲନିରେ ଚଢଉ କରିଛି । ଚଢଉ କରି ୩୪ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି