ଫରେଷ୍ଟର ନିଶାସକ୍ତ ଅବସ୍ଥାରେ ଲୋକଙ୍କ ଉପରକୁ କାର୍ ଚଢ଼ାଇବା ଅଭିଯୋଗ
ବଲାଙ୍ଗିର, ୩୦ ମଇ (ହି.ସ.)- ବଲାଙ୍ଗିର ସହରର ପାଟଣା ଛକରେ ଜଣେ ଫରେଷ୍ଟରଙ୍କୁ ମାତାଲ ଅବସ୍ଥାରେ ଉଦ୍ଧାର କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ମଦ ପିଇ କାର ଚଲାଉ ଥିଲେ । ଆଉ ଲୋକଙ୍କ ଉପରକୁ ଚଢ଼ାଇ ଦେଉଥିଲେ । ଜଣେ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଫରେଷ୍ଟର ବାବୁଙ୍କ ନାମ ଦିବସ କୁମାର ମାଝୀ ଓ ବଙ
ମତୁଆଲ ଫରେଷ୍ଟର ବାବୁଙ୍କୁ ଗାଡି ଚଢ଼ାଇବା ଅଭିଯୋଗ, ବାବୁ ଓ କାର ଟାଉନ ଥାନାରେ


ବଲାଙ୍ଗିର, ୩୦ ମଇ (ହି.ସ.)- ବଲାଙ୍ଗିର ସହରର ପାଟଣା ଛକରେ ଜଣେ ଫରେଷ୍ଟରଙ୍କୁ ମାତାଲ ଅବସ୍ଥାରେ ଉଦ୍ଧାର କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ମଦ ପିଇ କାର ଚଲାଉ ଥିଲେ । ଆଉ ଲୋକଙ୍କ ଉପରକୁ ଚଢ଼ାଇ ଦେଉଥିଲେ । ଜଣେ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଫରେଷ୍ଟର ବାବୁଙ୍କ ନାମ ଦିବସ କୁମାର ମାଝୀ ଓ ବଙ୍ଗୋମୁଣ୍ଡା ବ୍ଲକରେ ସେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଉପରେ ନିଶାସକ୍ତ ଅବସ୍ଥାରେ ଲୋକଙ୍କ ଉପରକୁ କାର୍ ଚଢ଼ାଇବା ଅଭିଯୋଗ ହୋଇଛି । ଏହି ଖବର ପାଇବା ପରେ ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖି ତାଙ୍କ କାର କୁ ଜବତ କରିଥିବା ସୂଚନା ରହିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande