
ପୁରୀ, ୩୦ ମଇ (ହି.ସ.)- ଜୁନ୍ ମାସର ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି। ଜୁନ ୧ ତାରିଖରେ ଜିଲ୍ଲା ସଦର ମହକୁମା ସଦଭାବନା ସଭାଗୃହ ଠାରେ ଓ ୮ ତାରିଖରେ ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ସକାଳ ୭ଟା ଠାରୁ ୧୦ଟା ପର୍ଯ୍ୟନ୍ତ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ସେହିପରି ୧୬ ତାରିଖ ମଙ୍ଗଳବାରରେ ପିପିଲି ବ୍ଲକ ସମ୍ମିଳନୀ ଗୃହରେ, ୨୨ ତାରିଖରେ ଡେଲାଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଓ ୨୯ ତାରିଖରେ ଗୋପ ବ୍ଲକ ସମ୍ମିଳନୀ ଗୃହରେ ପୂର୍ବାହ୍ନ ୧୦ଟା ଠାରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ସୂତ୍ରରୁ ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ