ଖରିଫ୍ ଧାନ ଚାଷ ପରବର୍ତୀ ପଡିଆ ଜମିର ପରିଚାଳନା ସମ୍ପର୍କିତ ଦିନିକିଆ ତାଲିମ
Khariph Rlected Seminar By Swati NGO
ଫୋଟ


କନ୍ଧମାଳ, ୩୦ ମଇ (ହି.ସ.)- ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କୃଷୀ ବିଭାଗ ଖରିଫ୍ ଚାଷ ପରବର୍ତୀ ପଡିଆ ଜମିର ପରିଚାଳନା ସମ୍ପର୍କିତ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ଘୁ. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି କୃଷକ ମାନଙ୍କୁ ଉତ୍ସାହିତ କରିବା ସହିତ ନିଜ ଜମିରେ ରାସାୟନିକ ସାର ପ୍ରୟୋଗ ପରିବର୍ତେ ଜୈବିକ ସାର ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ।

ଏହି ତାଲିମରେ ଗୁଟିଙ୍ଗିଆ ପଂଚାୟତର ବିଭିନ୍ନ ଗ୍ରାମରୁ ୧୧୫ ଜଣ ଚାଷି ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ତରଫରୁ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ । କୃଷି ଅଧିକାରି କିପରି ଧାନ କାଟିବା ପୂର୍ବରୁ ଓ ପରେ ଧଳା ମଟର ଚାଷ କରାଯାଇ ପାରିବ ତାହା ଚାଷି ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଯାହାକି କମ୍ ପାଣିରେ ଭଲ ଅମଳ ହୋଇପାରିବ ଏବଂ ଏହାକୁ ଏକ ବର୍ଷ ଧରି ଘରେ ରଖି ଖାଦ୍ୟ ରୂପେ ବ୍ୟବହାର କରାଯାଇପାରିବ । ତତ୍ସହିତ ସାଇତା ଯାଇଥିବା ମଟର କୁ ଅଧିକ ଦରରେ ବିକ୍ରି କରି ଅଧିକ ଦୁଇପଇସା ରୋଯଗାର ମଧ୍ୟ କରିହେବ । ଖରିଫ୍ ଚାଷ ଅପେକ୍ଷା ରବି ଚାଷରେ କମ୍ ରୋଗ ପୋକ ଲାଗନ୍ତି ବୋଲି କୃଷି ବିଶେଷଜ୍ଞ ମାନେ ମତ ରଖିଥିଲେ । ବିଧାୟକ ଚାଷି ମାନେ କିପରି ନିଜ ନିଜର ଗାଇଗୋରୁ ମାନଙ୍କୁ ଆକଟ କରି ରଖିଲେ ଯାହା ସମସ୍ତ ଚାଷି ମାନଙ୍କୁ କୃଷି କରିବାରେ ସହାୟକ ହେବ ବୋଲି କହିଥିଲେ । ଆହୁରି ମଧ୍ୟ ପାଣିପାଗ ପରିବର୍ତନକୁ ଆଖି ଆଗରେ ରଖି ଚାଷିମାନେ କିପରି ଭାବେ ପୁରାତନ ଶଶ୍ୟ ଯଥା ମାଣ୍ଡିଆ, କୁଏରି, କାଙ୍ଗୁ ଚାଷ କରିପାରିବେ ତାହା ବୁଝାଇଥିଲେ ।

ତାଲିମରେ ପ୍ରଶିକ୍ଷକ ଭାବରେ ଟିକାବାଲି ଗୋଷ୍ଠି କୃଷି ଅଧିକାରି ସ୍ୱାଗତିକା ଦାସ, ସହ କୃଷି ଅଧିକାରି ଶୁଭସ୍ମିତା ସାହୁ , ସୁମିତ୍ରା ତୋପାନ, ଗାୟତ୍ରୀ ବେହେରା ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ଅନୁଷ୍ଠାନ ତରଫରୁ କୁସ ସାନସେଠ୍, ଅନନ୍ତ ମଲ୍ଲିକ, ଦିପେଶ ମହାକୁଡ, ପୁଜା ପ୍ରଧାନ, ଦାମିନୀ ପ୍ରଧାନ, ମିନ୍ନୟ ବେହେରା ଓ ମାଧୁରି ଦିଗାଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande