
ଗଂଜାମ, ୩୦ ମଇ (ହି.ସ.)- ଗଂଜାମ ଜିଲା ହିଂଜିଳିକାଟୁ ଥାନା ଅନ୍ତର୍ଗତ ଆଡପଡା ଗାଁରେ ଏକ ଅଭାବନୀୟ ଘଟଣା ତଥା ପରକିୟା ପ୍ରିତିର କରୁଣ ପରିଣତି ଦେଖିବାକୁ ମିଳିଛି । ଘର ଭିତରୁ ପତ୍ନୀ ଓ ତା'ର ପ୍ରେମିକକୁ ସ୍ୱାମୀ ବାହାରକୁ ଟାଣିଆଣି ରାଜରାସ୍ତାର ଏକ ବିଦ୍ଯୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ଉଭୟ ପ୍ରେମିକ ଓ ପ୍ରେମିକାକୁ ଉଦ୍ଧାର କରିଛି। ସ୍ୱାମୀଙ୍କ ଅଭିଯୋଗ କ୍ରମେ ପ୍ରେମିକ ଅମର ସ୍ୱାଇଁକୁ ପୁଲିସ ଗିରଫ କରି ଥାନାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ପତ୍ନୀ ମଧ୍ୟ ସ୍ୱାମୀ ବିରୁଦ୍ଧରେ ଏକ ପାଲଟା ଅଭିଯୋଗ ହିଂଜିଳିକାଟୁ ପୁଲିସ ଥାନାରେ ଦାଖଲ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ