ନୁଆ ମଦଦୋକାନ ଖୋଲିବା ପ୍ରସ୍ତାବକୁ ବିରୋଧ, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଦାବିପତ୍ର ପ୍ରଦାନ
ନୁଆ ମଦଦୋକାନ ଖୋଲିବା ପ୍ରସ୍ତାବକୁ ବିରୋଧ, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଦାବିପତ୍ର ପ୍ରଦାନ
ଓଡ଼ିଶା ନିଶା ନିବାରଣ ଅଭିଯାନର ସମ୍ବଲପୁର ଶାଖା

ଓଡ଼ିଶା ନିଶା ନିବାରଣ ଅଭିଯାନର ସମ୍ବଲପୁର ଶାଖା

ଓଡ଼ିଶା ନିଶା ନିବାରଣ ଅଭିଯାନର ସମ୍ବଲପୁର ଶାଖା

ସମ୍ବଲପୁର,୩୦, ମେ (ହି.ସ.) - ରାଜସ୍ୱ ବୃଦ୍ଧି ଆଭିମୁଖ୍ୟରେ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଅତିରିକ୍ତ ନୁଆ ନୁଆ ମଦ ଦୋକାନ ଖୋଲିବା ପାଇଁ ନିକଟରେ ନିଷ୍ପତି ନେଇଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ଦୃଢ଼ ଭାବେ ଓଡ଼ିଶା ନିଶା ନିବାରଣ ଅଭିଯାନର ସମ୍ବଲପୁର ଶାଖା ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ଆଜି ଓଡ଼ିଶା ନିଶା ନିବାରଣ ଅଭିଯାନରସମ୍ବଲପୁର ଶାଖା ପକ୍ଷରୁ ବହୁ ସଂଖ୍ୟାରେ ସଦସ୍ୟ ସଦସ୍ୟା ଏକ ଲିଖିତ ଦାବିପତ୍ରରେ ସରକାର ତୁରନ୍ତ ନୁଆ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ବାତିଲ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏପରିକି ସହରାଂଚଳରୁ ଗ୍ରାମାଂଚଳ ଗୁଡିକରେ ମଦର ବ୍ୟାପକ ପ୍ରଚାଳନରେ ଘର ପରିବାର ଓ ସମାଜର କିଭଳି କ୍ଷତି ହେଉଛି ସେ ସମ୍ପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande