ମହାନଦୀ ଜଳ ବିବାଦ : ୧୫ଟି ପ୍ରସଙ୍ଗରୁ ୧୨ଟିରେ ଦୁଇ ରାଜ୍ୟ ସହମତ
ଭୁବନେଶ୍ୱର, ୩୦ ମଇ (ହି.ସ.)- ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ୍ଙ୍କ ନିକଟରେ ୧୫ଟି ପ୍ରସଙ୍ଗ ଦାଖଲ କରାଯାଇଛି। ୧୫ଟି ପ୍ରସଙ୍ଗରୁ ୧୨ଟିରେ ଦୁଇ ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ମହାନଦୀ ଜଳ ବିବାଦ ମାମଲାର
pitambar acharya


ଭୁବନେଶ୍ୱର, ୩୦ ମଇ (ହି.ସ.)- ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ୍ଙ୍କ ନିକଟରେ ୧୫ଟି ପ୍ରସଙ୍ଗ ଦାଖଲ କରାଯାଇଛି। ୧୫ଟି ପ୍ରସଙ୍ଗରୁ ୧୨ଟିରେ ଦୁଇ ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ୍ଙ୍କ ନିକଟରେ ଆଜିର ଶୁଣାଣି ଶେଷ ହୋଇଛି।୧୨ଟି ପ୍ରସଙ୍ଗରେ ଦୁଇ ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ସହମତି ପ୍ରକାଶ ନେଇ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରିଛନ୍ତି। ଅନ୍ୟ ପ୍ରସଙ୍ଗରେ ଦୁଇ ରାଜ୍ୟର ବିଭିନ୍ନ ଟିମ୍ ବସି ସମାଧାନ କରିବେ। ଉଭୟ ରାଜ୍ୟର ଟେକ୍ନିକାଲ୍ ଟିମ୍ ଓ ଲିଗାଲ୍ ଟିମ୍ ବସି ସମାଧାନର ବାଟ ବାହାର କରିବେ। ଟ୍ରିବ୍ୟୁନାଲ୍ ରେ ପାଖାପାଖି ତାରିଖ ପଡୁଥିବା ଏକ ଭଲ ସଂକେତ। ତାରିଖ ପାଖାପାଖି ପଡୁଥିବାରୁ ଶୀଘ୍ର ସହମତି ପ୍ରକାଶ ପାଇବା ଆଶା କରାଯାଉଛି। ମାମଲାର ପରବର୍ତୀ ଶୁଣାଣି ଜୁନ୍ ୬ରେ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande