ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନକାଉଂଟର
ଝାରସୁଗୁଡ଼ା, ୩୦ ମଇ (ହି.ସ.)- ଝାରସୁଗୁଡ଼ା ରେଙ୍ଗାଲିରେ ପୋଲିସର ଏନକାଉଂଟର । ଗତକାଲି ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନକାଉଂଟର କରିଛି ପୋଲିସ । ପୋଲିସର ଚଢ଼ଉ ବେଳେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ
ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନକାଉଂଟର


ଝାରସୁଗୁଡ଼ା, ୩୦ ମଇ (ହି.ସ.)- ଝାରସୁଗୁଡ଼ା ରେଙ୍ଗାଲିରେ ପୋଲିସର ଏନକାଉଂଟର । ଗତକାଲି ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନକାଉଂଟର କରିଛି ପୋଲିସ । ପୋଲିସର ଚଢ଼ଉ ବେଳେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଜୟର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ନିମନ୍ତେ ପ୍ରଥମେ ଲଖନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଜୟକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତା’ ନାମରେ୧୦ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ରହିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବ୍ରଜରାଜନଗର ଗାନ୍ଧିଛକ ଅଂଚଳର ବାସିନ୍ଦା ଜୟ ଚୌହାନ ତା’ର ସହଯୋଗୀଙ୍କ ସହ ମିଶି ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ଅଂଚଳରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲା । ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ଚଢ଼ଉ କରିଥିଲା । ପୋଲିସକୁ ଦେଖି ଅପରାଧୀମାନେ ଛତ୍ରଭଙ୍ଗ ଦେବା ସହ ପୋଲିସ ଉପରକୁ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ । ଆତ୍ମରକ୍ଷା ସହ ଅପରାଧୀକୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା । ଏହି ଗୁଳି ବିନିମୟ ସମୟରେ ଏକ ଗୁଳି ଜୟର ଡାହାଣ ଗୋଡ଼ରେ ବାଜିଥିଲା, ଯାହାଫଳରେ ସେ ସେଠାରେ ଟଳି ପଡ଼ିଥିଲା । ଏନକାଉଂଟର ବେଳେ ଜୟର ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଆହତ ଜୟ ଚୌହାନ ଜଣେ ପେସାଦାର ଅପରାଧୀ । ତା’ର ନାମରେ ପୂର୍ବରୁ ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଏବଂ ଆର୍ମସ ଆକ୍ଟ ସମେତ ୧୦ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ଜୟର ସହଯୋଗୀ ମାନଙ୍କୁ ଧରିବା ପାଇଁ ଘଟଣାସ୍ଥଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande