ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ (ବାଳିକା) ଅଣ୍ଡର-୧୪ ଦ୍ୱିତୀୟ ଆନ୍ତଃ-ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିୟନସିପ୍ ପ୍ରସ୍ତୁତି ବୈଠକ
ବଲାଙ୍ଗିର 0 ମେ ( ହି.ସ.) ଆଗାମୀ ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ (ବାଳିକା) ଅଣ୍ଡର-୧୪ ଦ୍ୱିତୀୟ ଆନ୍ତଃ-ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିୟନସିପ୍ ଆୟୋଜନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡଃ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହ
ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ (ବାଳିକା) ଅଣ୍ଡର-୧୪ ଦ୍ୱିତୀୟ ଆନ୍ତଃ-ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିୟନସିପ୍ ପ୍ରସ୍ତୁତି ବୈଠକ


ବଲାଙ୍ଗିର 0 ମେ ( ହି.ସ.) ଆଗାମୀ ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ (ବାଳିକା) ଅଣ୍ଡର-୧୪ ଦ୍ୱିତୀୟ ଆନ୍ତଃ-ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିୟନସିପ୍ ଆୟୋଜନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡଃ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଜିଲ୍ଲା କ୍ରିଡା ସଂସଦର ସଭାପତି ଡଃ ଶ୍ରୀକର ମିଶ୍ର, ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ, ବଲାଙ୍ଗୀର ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଜିଲ୍ଲା କ୍ରିଡା ଅଧିକାରୀ ହରିଓମ ଶମ୍ଭୁ ନାରାୟଣ ଦାସ, କ୍ରିଡା ଛାତ୍ରାବାସ ଅଧିକ୍ଷକ ପରାସର ବାଗ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (FAO) ପକ୍ଷରୁ ଆଗାମୀ ମୁଖ୍ୟମନ୍ତ୍ରୀ ଟ୍ରଫି–୨୦୨୬ (ବାଳିକା) ଅଣ୍ଡର-୧୪ ଦ୍ୱିତୀୟ ଆନ୍ତଃ-ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିୟନସିପ୍ ର ସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଟୁର୍ଣ୍ଣାମେଣ୍ଟ ସୂଚୀ ଅନୁଯାୟୀ, ଆସନ୍ତା ୧ ଜୁନ୍ ୨୦୨୬ରୁ ଜୋନାଲ୍ ମ୍ୟାଚ୍ଗୁଡ଼ିକ ଆରମ୍ଭ ହେବ, ଯେଉଁଠାରେ ଜିଲ୍ଲାର ଅଗ୍ରଣୀ ଯୁବା ବାଳିକା ଫୁଟବଲ୍ ପ୍ରତିଭାମାନେ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ । ଦ୍ୱିତୀୟ ଆନ୍ତଃ-ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିୟନସିପ୍ର ଜୋନାଲ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ବଲାଙ୍ଗୀରର ସଦେଇପାଲି ସ୍ଥିତ ପଲ୍ଲୀଶ୍ରୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ମୋଟ ୮ଟି ଜିଲ୍ଲା ଦଳ ଭାଗ ନେବେ । ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି- ଗ୍ରୁପ୍-ଏ (Group-A): ବଲାଙ୍ଗୀର, ନୟାଗଡ଼, ଦେବଗଡ଼ ଓ ବୌଦ୍ଧ; ଗ୍ରୁପ୍-ବି (Group-B): ବରଗଡ଼, ସମ୍ବଲପୁର, ସୋନପୁର (ସୁବର୍ଣ୍ଣପୁର) ଓ ନୂଆପଡ଼ା । ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ୧ ଜୁନ୍ ରୁ ୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ଷ୍ଟାଡିୟମ୍ରେ କ୍ରମାଗତ ଭାବେ ଅନୁଷ୍ଠିତ ହେବ । ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି, ପ୍ରତିଦିନ ସକାଳ ୬:୩୦ ଓ ସନ୍ଧ୍ୟା ୫:୦୦ରେ ମ୍ୟାଚ୍ଗୁଡ଼ିକ ଖେଳାଯିବ । ପ୍ରଥମ ଦିନ (୧ ଜୁନ୍) ମ୍ୟାଚ୍ଗୁଡ଼ିକ ସକାଳ ୬:୩୦ସମୟରେ ଦେବଗଡ଼ ବନାମ ବୌଦ୍ଧ (ଗ୍ରୁପ୍-ଏ) ଏବଂ ସନ୍ଧ୍ୟା ୫:୦୦ ସମୟରେ ଆୟୋଜକ ବଲାଙ୍ଗୀର ବନାମ ନୟାଗଡ଼ (ଗ୍ରୁପ୍-ଏ) । ଷଡ଼ଦିନିଆ କଡ଼ା ମୁକାବିଲା ପରେ ଦୁଇଟି ଗ୍ରୁପ୍ର ଶୀର୍ଷ ଦଳ ଆଗକୁ ବଢ଼ିବେ । ଗ୍ରୁପ୍-ଏ ର ବିଜେତା ଓ ଗ୍ରୁପ୍-ବି ର ବିଜେତାଙ୍କ ମଧ୍ୟରେ ‘ଜୋନ୍ କ୍ୱାଲିଫାଇ ମ୍ୟାଚ୍’ ୭ ଜୁନ୍ ୨୦୨୬ ସକାଳ ୬:୩୦ରେ ଗାନ୍ଧୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ । ଜୋନାଲ୍ କୋ-ଅର୍ଡିନେଟର ଡଃ. ଶ୍ରୀକର ମିଶ୍ର ଓ ଶ୍ରୀ ଶରତ କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ମ୍ୟାଚ୍ଗୁଡ଼ିକ ପରିଚାଳିତ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande