ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ଭୁବନ, ୩୦ ମେ (ହି.ସ.) - କାମାକ୍ଷାନଗର ର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ସ୍ୱର୍ଗତ ପ୍ରସନ୍ନ ପଟ୍ଟନାୟକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଭୁବନ ଠାରେ ପାଳିତ ହୋଇଯାଇଛି । ପ୍ରସନ୍ନ ବାବୁଙ୍କ ଦ୍ୱାରା ଗଠିତ ଭୁବନ ମହିଳା ମହାବିଦ୍ୟାଳୟରେ ପ୍ରସନ୍ନ ବାବୁ ଙ୍କ ଶ୍ରାଦ୍ଧ ବାର୍ଷିକୀ ପା
Medical re fala bantan


Women's college


ଭୁବନ, ୩୦ ମେ (ହି.ସ.) - କାମାକ୍ଷାନଗର ର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ସ୍ୱର୍ଗତ ପ୍ରସନ୍ନ ପଟ୍ଟନାୟକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଭୁବନ ଠାରେ ପାଳିତ ହୋଇଯାଇଛି । ପ୍ରସନ୍ନ ବାବୁଙ୍କ ଦ୍ୱାରା ଗଠିତ ଭୁବନ ମହିଳା ମହାବିଦ୍ୟାଳୟରେ ପ୍ରସନ୍ନ ବାବୁ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିଲା । ମହିଳା ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷା ସୁପ୍ତିମୟୀ ସେନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ପ୍ରମିଳା ଦାସ,କର୍ମଚାରୀ କୈଳାସ ଚନ୍ଦ୍ର ପାତ୍ର,ଅମ୍ବୁଜ ସାହୁ,ଗୟାଧର ଦାସ,ସୁରେଶ ଚନ୍ଦ୍ର ବେହେରା, ଅବସର ପ୍ରାପ୍ତ କର୍ମଚାରୀ ଶାନ୍ତନୁ ଦାଶ ପ୍ରମୁଖ ଉପସ୍ଥିତ ରହି ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ନାରୀ ଶିକ୍ଷାର ପ୍ରସାର, ସମାଜସେବା ଓ ଜନ କଲ୍ୟାଣ କାର୍ଯ୍ୟ ପାଇଁ ପ୍ରସନ୍ନ ବାବୁ ଅବିସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ଅପରାହ୍ନରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା ରମେଶ କୁମାର ସାହୁ , ଆକାଉଟାଂଟ ଶୁଭକାନ୍ତ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ରୋଗୀଙ୍କୁ ଫଳ ବଂଟନ କରାଯାଇଥିଲା । ପ୍ରସନ୍ନ ପଟ୍ଟନାୟକ ସ୍ମୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ନଳିନୀପ୍ରଭା ପଟ୍ଟନାୟକ, ରାମକୃଷ୍ଣ ପୋଥାଳ,ବିନୟ ପଟ୍ଟନାୟକ, ରଥ ସେଠୀ ଙ୍କ ସମେତଙ୍କ ସମେତ ପ୍ରସନ୍ନ ବାବୁଙ୍କ ବହୁ ଅନୁଗତ କର୍ମୀ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande