
ଖୋର୍ଦ୍ଧା, 30 ମେ (ହି.ସ.) - ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଚଳିତ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ(ଏସ ଆଇ ଆର)୨୦୨୬ ସଚେତନତା ରଥର ଶୁଭାରମ୍ଭ କରି ଜିଲ୍ଲାର ସମସ୍ତ ଜନସାଧାରଣ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିର୍ଭୁଲ ଭୋଟର ତାଲିକା ପ୍ରକାଶନରେ ବଳିଷ୍ଠ ସହଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସଚେତନତା ରଥ ଶୁଭାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକୁ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ବେଉରା, ଡେପୁଟି କଲେକ୍ଟର ସଂଗ୍ରାମ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ସଚେତନତା ରଥ ଜିଲ୍ଲାର ସମସ୍ତ ତହସିଲ ଏବଂ ବ୍ଲକ ଅଞ୍ଚଳ ବୁଲି ଜଣ ସାଧାରଣଙ୍କୁ ଏସ ଆଇ ଆର ସମ୍ବଧୀୟ ବାର୍ତ୍ତା ପ୍ରଦାନ କରିବ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ସେ ଆହୁରି ମଧ୍ଯ କହିଛନ୍ତି ଆପଣ ମାନେ ଜାଣିଛନ୍ତି ଭାରତର ନିର୍ବାଚନ ଆୟୋଗ ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଏସଆଇଆର ଉଦ୍ଦେଶ୍ୟ ହେଲା ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଯୋଡିବା ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଳିକାରୁ ବାଦ ଦେବା । ଚଳିତ ମେ ମାସ ୩୦ ତାରିଖରୁ ଜୁନ ମାସ ୨୮ ତାରିଖ ପର୍ଯ୍ୟନ୍ତ ପାଖାପାଖୂ ଏକ ମାସ ପର୍ଯ୍ୟନ୍ତ ବିଏଲଓ ମାନେ ଭୋଟର ମାନଙ୍କ ଘରକୁ ଘର ଯାଇ ଦୁଇଟି ଲେଖାଏଁ ପରିଗଣନା ଫର୍ମ ବାଣ୍ଟିବେ । ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଏବଂ ଦ୍ବିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟର ଙ୍କୁ ସ୍ବୀକୃତି ପତ୍ର ଭାବେ ଫେରସ୍ତ କରିବେ,ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ ।ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନ ଙ୍କ ସରକାରୀ ୱେବସାଇଟ ରୁ ଏହି ଫର୍ମ ଡାଉନଲୋଡ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନରେ ଅପଲୋଡ କରିପାରିବେ ।ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୂକୁ ଭୋଟର ଙ୍କୁ ସଂପୂର୍ଣ୍ଣ ସହାୟତା ଯୋଗାଇଦେବେ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓ ସେହି ସମୟରେ ଫର୍ମ -୬ ସହ ସ୍ବତନ୍ତ୍ର ଘୋଷଣାପତ୍ର ପ୍ରଦାନ କରିବେ । ଏହାସହ ନାମ ପଞ୍ଜିକରଣ କରିବାକୁ ଚାହୁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓ ସେହି ସମୟରେ ଫର୍ମ ୬ସହ ସ୍ୱତନ୍ତ୍ର ଘୋଷଣାପତ୍ର ପ୍ରଦାନ କରିବେ।
ଏହି ପରିଗଣନା ସମୟରେ ଭୋଟରମାନଙ୍କ ଠାରୁ କୌଣସି ପ୍ରକାରର ଅତିରିକୁ ଦଲିଲପତ୍ର (ଡକ୍ୟୁମେଣ୍ଟ ) ସଂଗ୍ରହ କରିବାକୁ ଆବଶ୍ୟକତା ନହିଁ । ମୋର ଆପଣମାନଙ୍କୁ ଅନୁରୋଧ ଯେତେବେକେ ବିଏଲଓ ମାନେ ଆପଣମାନଙ୍କ ପାଖକୁ ତଥ୍ୟ ସଂଗ୍ରହ କରିବାକୁ ଯିବେ ସେମାନଙ୍କୁ ସଠିକ ତଥ୍ୟ ଦେବା ସହିତ ପୂର୍ଣ୍ଣ ସହଯୋଗ କରିବେ । ଚିଠା ଭୋଟର ତାଲିକା ବା ଡ୍ରାଫ୍ଟ ଇଲେକ୍ଟାଲ ରୋଲ ୫ ଜୁଲାଇ ୨୦୨୬ ରେ ପ୍ରକାଶ ପାଇବ । ୫ ଜୁଲାଇ ରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆପଣମାନେ ନାମ କାହିଁକି କଟିଲା ବା ଅନ୍ୟାନ୍ୟ ଦାବି ଓ ଆପତ୍ତା ଦାଖଲ କରିପାରିବେ । ଦାବି ଓ ଆପତ୍ତର ନିଷ୍ପତ୍ତା ଇଆରଓ ମାନେ ୨ ସେପ୍ଟେମ୍ବର ସୁଦ୍ଧା ନେବେ ତା ' ପରେ ୬ ସେପ୍ଟେମ୍ବର ୨୦୨୬ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏସଆଇଆର ସମ୍ପର୍କିତ ଅଧୂକ ତଥ୍ୟ ପାଇଁ ଆପଣମାନେ ନିକଟସୁ ବିଏଲଓ ଙ୍କୁ ଅଥବା ଇ ସି. ଆଇ. voters .eci .in ୱେବ ସାଇଟ ସହ ଓ ୧୯୫୦ ଟୋଲ ଫ୍ରି ନମ୍ବରର ମଧ୍ଯ ସାହାଯ୍ୟ ନେଇପାରିବେ । ଏସାଇଆର ସମୟରେ ବିଏଲଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଖୋର୍ଦ୍ଧା ବାସୀଙ୍କୁ ପୁନର୍ବାର ଅନୁରୋଧ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ