ଶେରଗଡ ସିଏଚସିରେ ମହିଳା ଓ ପ୍ରସୂତି ବିଭାଗ ବିଶେଷଜ୍ଞ ନଥିବାରୁ ରୋଗୀ ହନ୍ତସନ୍ତ
ଗଂଜାମ, ୩୦ ମଇ (ହି.ସ.)- ଶେରଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ମହିଳା ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ନଥିବାରୁ ଗର୍ଭବତୀ, ପସୂତି ମହିଳା ରୋଗୀମାନେ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି । ମହିଳା ରୋଗୀମାନେ ବହୁ ଖର୍ଚାନ୍ତ ହୋଇ ବ୍ରହ୍ମପୁର ଯାଇ ସ୍ୱାସ୍ଥ୍ୟ ପରିକ୍ଷା କରି
ଶେରଗଡ ସିଏଚସିରେ ମହିଳା ଓ ପ୍ରସୂତି ବିଭାଗ ବିଶେଷଜ୍ଞ ନଥିବାରୁ ରୋଗୀ ହନ୍ତସନ୍ତ


ଗଂଜାମ, ୩୦ ମଇ (ହି.ସ.)- ଶେରଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ମହିଳା ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ନଥିବାରୁ ଗର୍ଭବତୀ, ପସୂତି ମହିଳା ରୋଗୀମାନେ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି ।

ମହିଳା ରୋଗୀମାନେ ବହୁ ଖର୍ଚାନ୍ତ ହୋଇ ବ୍ରହ୍ମପୁର ଯାଇ ସ୍ୱାସ୍ଥ୍ୟ ପରିକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ଅଲଟ୍ରାସାଉଣ୍ଡ ମେସିନ ଥିଲେ ବି ବିଶେଷଜ୍ଞ ଅଭାବରୁ ଏହି ମେସିନ କାମରେ ଲାଗୁନି। ଦୀର୍ଘ ଦିନ ହେଲା ଏଠାରେ ଜଣେ ମହିଳା ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଜନ ସାଧାରଣରେ ଦାବି ହୋଇଆସୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ଣ୍ଣପାତ କରୁନାହିଁ କିମ୍ବା ଦୃଷ୍ଟିପାତ କରୁନାହିଁ । କିନ୍ତୁ ଏବେ ସପ୍ତାହରେ ମାତ୍ର ଦିନକ ପାଇଁ ରୁଗୁଡା ଡାକ୍ତରଖାନାରୁ ଡେପୁଟେସନରେ ଶେରଗଡ ସିଏଚସିକୁ ପ୍ରସୂତି ବିଭାଗ ଡାକ୍ତର ଆସି ମହିଳାଙ୍କ ଚିକିତ୍ସା ଦାୟିତ୍ୱ ତୁଲାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଦେଶ ହୋଇଛି। ଏଥିରେ କ'ଣ ଏ ଅଂଚଳରେ ରୋଗୀ ସେବା ସ୍ଵାଭାବିକ ହୋଇପାରିବ। ଏଣୁ ଜିଲା ସ୍ୱାସ୍ଥ୍ଯ ବିଭାଗ ଏଠାରେ ଜଣେ ପୂର୍ଣ୍ଣକାଳିନ ମହିଳା ଡାକ୍ତର ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande