ବାଲୁକା କଳା ମାଧ୍ୟମରେ ସୁଦର୍ଶନଙ୍କ ଏସଆଇଆର ସଚେତନତା ବାର୍ତା
ପୁରୀ, ୩୦ ମଇ (ହି.ସ.)- ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) - ୨୦୨୬ କାର୍ଯ୍ୟକ୍ରମ । ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଚାଲିବ ଏସଆଇଆର କାର୍ଯ୍ୟକ୍ରମ । ଏସଆଇଆର ଶୁଭାରମ୍ଭ ପୂର୍ବରୁ ଆଜି ପୁରୀ ବେଳାଭୂମିରେ ଭୋଟର ସଚେତନତା କାର୍ଯ୍ୟକ୍ରମର ଝଲକ୍ ଦେଖିବାକୁ ମିଳିଛି
ବାଲୁକା କଳା ମାଧ୍ୟମରେ ସୁଦର୍ଶନଙ୍କ ଏସଆଇଆର ସଚେତନତା ବାର୍ତା


ପୁରୀ, ୩୦ ମଇ (ହି.ସ.)- ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) - ୨୦୨୬ କାର୍ଯ୍ୟକ୍ରମ । ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଚାଲିବ ଏସଆଇଆର କାର୍ଯ୍ୟକ୍ରମ । ଏସଆଇଆର ଶୁଭାରମ୍ଭ ପୂର୍ବରୁ ଆଜି ପୁରୀ ବେଳାଭୂମିରେ ଭୋଟର ସଚେତନତା କାର୍ଯ୍ୟକ୍ରମର ଝଲକ୍ ଦେଖିବାକୁ ମିଳିଛି । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ଏସଆଇଆର ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି । ଏଥିରେ ଜନସାଧାରଣଙ୍କ ଅଂଶଗ୍ରହଣ ଏବଂ ଏକ ସଠିକ୍ ଭୋଟର ତାଲିକା ସୁନିଶ୍ଚିତ କରିବା ଓ ଆମର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ କରିବାରେ ଏସଆଇଆରର ଗୁରୁତ୍ୱ ବାବଦରେ ସେ ବାର୍ତା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande