ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢ଼ାଇ ହତ୍ୟା- ଡିସିପି
ଭୁବନେଶ୍ବର, 30 ମେ (ହି.ସ.): ଚନ୍ଦ୍ରଶେଖରପୁରରେ ଥାର୍ ଚଢ଼ାଇ ହତ୍ୟା ପଛର ବଡ଼ ଖୁଲାସାହୋଇଛି । ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢ଼ାଇ ହତ୍ୟା କରାଯାଇଥିବା ନେଇ ଡିସିପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତ୍ରିକୋଣୀୟ ପ୍ରେମକୁ ନେଇ ମୃତକ ଓ ଆକ୍ରମଣକାରୀଙ୍କ ମଧ୍ୟରେ
ତ୍ରିକୋଣୀୟ ପ୍ରେମରୁ ଥାର୍     ଚଢ଼ାଇ ହତ୍ୟା- ଡିସିପି


ଭୁବନେଶ୍ବର, 30 ମେ (ହି.ସ.):

ଚନ୍ଦ୍ରଶେଖରପୁରରେ ଥାର୍ ଚଢ଼ାଇ ହତ୍ୟା ପଛର ବଡ଼ ଖୁଲାସାହୋଇଛି । ତ୍ରିକୋଣୀୟ ପ୍ରେମରୁ

ଥାର୍ ଚଢ଼ାଇ ହତ୍ୟା କରାଯାଇଥିବା ନେଇ ଡିସିପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତ୍ରିକୋଣୀୟ

ପ୍ରେମକୁ ନେଇ ମୃତକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଶତ୍ରୁତା ଥିଲା । କ୍ରିକେଟ ଷ୍ଟମ୍ପ୍ ନେଇ ସଂଘବଦ୍ଧ ଭାବେ ପିଟି

ମାରିବା ଉଦ୍ୟମ କରିଥିଲେ । ଏହା ପରେ ଝଗଡ଼ା ହୋଇଥିଲା, ଜାଣିଶୁଣି ଥାର ଚଢ଼ାଇଥିଲେ ଅଭିଯୁକ୍ତ । ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି,

ଅନ୍ୟ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଡିସିପି

କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୫ ଅଟକ,

ଥାର୍ ଓ ଗୋଟିଏ ବାଇକ୍କୁ ଜବତ କରାଯାଇଛି । ରାତି

୩ଟା ବେଳେ ହୋଇଛି । ଝଗଡ଼ା ପରେ ପିଛା

କରି ଜାଣିଶୁଣି ଧକ୍କା କରିଛନ୍ତି । ବାଇକ୍ରେ ଥିବା ୩ ଜଣଙ୍କ ଭିତରୁ ଜଣେ ମୃତ,

ଆଉ ୨ ଆହତ ପ୍ରତ୍ୟକ୍ଷଦର୍ଶୀ । ଏଥିରେ କୌଣସି

ଯୁବତୀଙ୍କ ସମ୍ପୃକ୍ତି ଜଣାପଡ଼ିନି, ହଠାତ ଝଗଡ଼ାରୁ ଘଟିଛି ବୋଲି ଡିସିପି କହିଛନ୍ତି ।

୩ ଜଣ ବାଇକ୍ରେ କ୍ରିକେଟ

ଷ୍ଟମ୍ପ ନେଇ ଆକ୍ରମଣ ପାଇଁ ଯାଇଥିଲେ । ମାତ୍ର ଦୋକାନରେ ଅଧିକ ଲୋକ ଥିବାରୁ ସାହସ ନ କରି

ଫେରିଥିଲେ । ଏହା ପରେ ସେମାନେ ଥାର୍ରେ ପିଛା କରି ଧକ୍କା ଦେଇଥିବା ଜଣାପଡ଼ିଛି ବୋଲି ଡିସିପି

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande