ବୋର୍ଡ କହୁଛି ରାସ୍ତା ହୋଇଛି, ଲୋକ କହୁଛନ୍ତି ରାସ୍ତା କେଉଁଠି?
ମାଲକାନଗିରି, ୩୦ ମଇ(ହି.ସ.) – ମାଲକାନଗିରି ପୌରାଂଚଳର ୧୮ ନମ୍ବର ୱାର୍ଡ ନୂଆଗୁଡ଼ା ଅଂଚଳରେ ଏକ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ମାଲକାନଗିରି ପୌରାଂଚଳ ପକ୍ଷରୁ ସ୍ଥାପିତ ଏକ ସୂଚନା ଫଳକରେ ଏଚ ଡି ଏଫ ସି ବ୍ୟାଙ୍କରୁ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ଫାଇବର ରୋଡ଼ ନିର୍ମାଣ ପାଇଁ ୧୧ ଲକ୍ଷ
ବୋର୍ଡ କହୁଛି ରାସ୍ତା ହୋଇଛି, ଲୋକ କହୁଛନ୍ତି ରାସ୍ତା କେଉଁଠି?


ବୋର୍ଡ କହୁଛି ରାସ୍ତା ହୋଇଛି, ଲୋକ କହୁଛନ୍ତି ରାସ୍ତା କେଉଁଠି?


ମାଲକାନଗିରି, ୩୦ ମଇ(ହି.ସ.) – ମାଲକାନଗିରି ପୌରାଂଚଳର ୧୮ ନମ୍ବର ୱାର୍ଡ ନୂଆଗୁଡ଼ା ଅଂଚଳରେ ଏକ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ମାଲକାନଗିରି ପୌରାଂଚଳ ପକ୍ଷରୁ ସ୍ଥାପିତ ଏକ ସୂଚନା ଫଳକରେ ଏଚ ଡି ଏଫ ସି ବ୍ୟାଙ୍କରୁ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ଫାଇବର ରୋଡ଼ ନିର୍ମାଣ ପାଇଁ ୧୧ ଲକ୍ଷ ୯୨ ହଜାର ୨୩୬ ଟଙ୍କା ବ୍ୟୟରେ କାମ ଅନୁମୋଦନ ହୋଇଥିବା ଉଲ୍ଲେଖ ରହିଛି।

ଫଳକରେ ଦର୍ଶାଯାଇଥିବା ସୂଚନା ଅନୁସାରେ, ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୯୫ ହଜାର ୯୦୮ ଟଙ୍କା ଥିବା ବେଳେ ଠିକା ମୂଲ୍ୟ ୧୧ ଲକ୍ଷ ୯୨ ହଜାର ୨୩୬ ଟଙ୍କା ରହିଛି। କାମଟି ୨୦୨୩-୨୪ ଆର୍ôଥକ ବର୍ଷର ଏସ ଏଫ ସି/ସି ଏଫ ଜି ଗ୍ରାଂଟ ଅଧୀନରେ ଅନୁମୋଦିତ ହୋଇଥିବା ସହ ୧୫ ଅକ୍ଟୋବର ୨୦୨୪ରେ ଆରମ୍ଭ ହୋଇଥିବା ଉଲ୍ଲେଖ ରହିଛି।

କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ରାସ୍ତାରେ ଫାଇବର ରୋଡ଼ ନିର୍ମାଣ ହୋଇଥିବା ଦର୍ଶାଯାଇଛି, ସେଠାରେ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣର କୌଣସି ଚିହ୍ନ ବର୍ଣ୍ଣ ନାହିଁ। “ଗୋଟିଏ ଇଟା ମଧ୍ୟ ପଡ଼ିନାହିଁ, କିନ୍ତୁ ବୋର୍ଡରେ କାମ ସମ୍ପନ୍ନ ଭଳି ତଥ୍ୟ ରହିଛି,” ବୋଲି କେତେକ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଜାତୀୟ ରାଜପଥ ସଂଲଗ୍ନ ଏହି ବସ୍ତିରେ ଦୈନିକ ଅନେକ ଲୋକ ଯାତାୟାତ କରୁଥିବା ବେଳେ ରାସ୍ତା ସମସ୍ୟା ଦୀର୍ଘଦିନ ଧରି ରହିଥିବା ସେମାନେ କହିଛନ୍ତି। ତେଣୁ ପ୍ରକଳ୍ପ ପାଇଁ ଅନୁମୋଦିତ ଅର୍ଥର ବ୍ୟବହାର ଏବଂ ପ୍ରକୃତରେ କାମ ହୋଇଛି କି ନାହିଁ, ସେନେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି ଉଠିଛି।

ଏହି ଘଟଣାରେ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ଦୃଷ୍ଟି କେବେ ପଡ଼ିବ ଓ ପ୍ରକୃତ ସ୍ଥିତି ସାମ୍ନାକୁ ଆସିବ, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande