ଲକ୍ଷ୍ନୌ ଦେଶପ୍ରେମ ଏବଂ ସାମରିକ ଗୌରବର ପ୍ରତୀକ ପାଲଟିଯାଇଛି- ପ୍ରତିରକ୍ଷା ମନ୍ତ୍ରୀ
ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବଟିକାର ଉଦଘାଟନ ଲକ୍ଷ୍ନୌ, ୩୦ ମଇ(ହି.ସ.) – କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ରାଜନାଥ ସିଂହ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଶନିବାର ଦିନ ଲକ୍ଷେ୍ଣøର ସିଜି ସିଟିରେ ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୌସେନା ଶୌର୍ଯ୍ୟ ବାଟିକାର ଲୋକାର୍ପଣ କରି
ଲକ୍ଷ୍ନୌ ଦେଶପ୍ରେମ ଏବଂ ସାମରିକ ଗୌରବର ପ୍ରତୀକ ପାଲଟିଯାଇଛି- ପ୍ରତିରକ୍ଷା ମନ୍ତ୍ରୀ


ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବଟିକାର ଉଦଘାଟନ

ଲକ୍ଷ୍ନୌ, ୩୦ ମଇ(ହି.ସ.) – କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ରାଜନାଥ ସିଂହ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଶନିବାର ଦିନ ଲକ୍ଷେ୍ଣøର ସିଜି ସିଟିରେ ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୌସେନା ଶୌର୍ଯ୍ୟ ବାଟିକାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ନୌ ଦେଶପ୍ରେମ ଏବଂ ସାମରିକ ଗୌରବର ପ୍ରତୀକ ପାଲଟିଛି।

ଉଦଘାଟନୀ ସମାରୋହରେ ଉଦବୋଧନ ଦେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ ନୌସେନା ଶୌର୍ୟ ବଟିକା ଲକ୍ଷ୍ନୌ ପରିଚୟ ପାଇଁ ଏକ ପ୍ରେରଣା ହେବ। ଏହି ଶୌର୍ଯ୍ୟ ବାଟିକା କେବଳ ସ୍ଥାପତ୍ୟର ଏକ ନମୁନା ନୁହେଁ, ଏହା ଆମକୁ ସେନାର ସଂଘର୍ଷ ଏବଂ ଅବଦାନ ବିଷୟରେ ମନେ ପକାଇବ। ପ୍ରତିରକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ ଯେ ଏକ ବୁଡ଼ାଜାହାଜ ମଧ୍ୟ ଆସିବ। ସେନାର ବୀରତ୍ୱ ସହିତ ପରିଚିତ ହେବା ପାଇଁ ପିଲା ଏବଂ ପରିବାରକୁ ଆଣିବା ନିଶ୍ଚିତ କରନ୍ତୁ।

ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଭାରତର ପ୍ରତିରକ୍ଷା କ୍ଷେତ୍ର କେବେ ବି ରପ୍ତାନୀ ପାଇଁ ଜଣାଶୁଣା ନଥିଲା। ଆମେ ବାହାରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଥିଲୁ। ଏବେ ଭାରତର ପ୍ରତିରକ୍ଷା କ୍ଷେତ୍ର ଦ୍ରୁତ ଗତିରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଅଗ୍ରସର ହେଉଛି। ୨୦୧୪ ପୂର୍ବରୁ ଭାରତ ୧୦୦୦ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ଉପକରଣ ରପ୍ତାନୀ କରୁଥିଲା। ଏବେ ଆମେ ବିଶ୍ୱର ଅନ୍ୟ ଦେଶକୁ ୪୦ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ରପ୍ତାନୀ କରୁଛୁ। ସେ କହିଥିଲେ ଯେ ଯେତେବେଳେ ଆମେ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଆତ୍ମନିର୍ଭରଶୀଳ ହେବୁ, ସେତେବେଳେ ହିଁ ଭାରତକୁ ଶକ୍ତିଶାଳୀ କୁହାଯିବ। ଆମେ ଭାରତୀୟ ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭାରତରେ ହିଁ ନିର୍ମାଣ କରୁଛୁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande