ସରକାରଙ୍କ ବଦଳି ନିୟମକୁ ଖୁଲମ୍ ଖୋଲା ଚ୍ୟାଲେଞ୍ଜ : ୧୩ ବର୍ଷ ଧରି ବାଲିମେଳା ଓଏଚପିସିରେ କାର୍ଯ୍ୟରତ ଅଧିକାରୀଙ୍କ ବଦଳି ନହେବା କାହା ସ୍ଵାର୍ଥରେ
ମାଲକାନଗିରି, ୩୦ ମଇ (ହି.ସ.)- ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସ୍ୱଚ୍ଛ ଓ ସମାନ ବଦଳି ନୀତି ପ୍ରଣୟନ କରିଥିବା ବେଳେ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପରେ ଜଣେ ଅଧିକାରୀ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟରତ ଥିବା ଘଟଣାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି। ସ
ସରକାରଙ୍କ ବଦଳି ନିୟମକୁ ଖୁଲମ୍ ଖୋଲା ଚ୍ୟାଲେଞ୍ଜ।  ୧୩ ବର୍ଷ ଧରି ବାଲିମେଳା ଓଏଚପିସିରେ କାର୍ଯ୍ୟରତ ଅଧିକାରୀଙ୍କ ବଦଳି ନ ହେବା


ମାଲକାନଗିରି, ୩୦ ମଇ (ହି.ସ.)- ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସ୍ୱଚ୍ଛ ଓ ସମାନ ବଦଳି ନୀତି ପ୍ରଣୟନ କରିଥିବା ବେଳେ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପରେ ଜଣେ ଅଧିକାରୀ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟରତ ଥିବା ଘଟଣାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପର ମାନବ ସମ୍ବଳ ଅଧିକାରି (ଏଚଆରଡି) ଦୁର୍ଗା ପ୍ରସାଦ ନାୟକ ୨୮ ଜାନୁଆରୀ ୨୦୧୩ ଠାରୁ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟ କରିଆସୁଛନ୍ତି। ଓଏଚପିସି ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଅଫିସ ଆଦେଶ ସଂଖ୍ୟା ୧୧୨/୨୦୧୫/୪୬୦୨, ତାରିଖ ୦୪/୦୫/୨୦୧୬ ଅନୁଯାୟୀ ଶ୍ରୀ ନାୟକଙ୍କୁ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ (ବିଏଚଇପି) ରୁ ରେଙ୍ଗାଳି ଜଳବିଦ୍ୟୁତ ପ୍ରକଳ୍ପ (ଆରଏଚଇପି)କୁ ୧୦.୦୪.୨୦୧୬ ରେ କେବଳ ଅସ୍ଥାୟୀ ଡେପୁଟେସନରେ ପଠାଯାଇଥିଲା। ଏହି ଆଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ରେଙ୍ଗାଳି ପ୍ରକଳ୍ପର ସହକାରୀ ପରିଚାଳକ (ଏଚଆରଡି) ପ୍ରିୟଙ୍କା ବର୍ଦ୍ଧନଙ୍କ ଛୁଟି ଅବଧି ପର୍ଯ୍ୟନ୍ତ ଶ୍ରୀ ନାୟକଙ୍କୁ ସେଠାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଥିଲା। ଏଠାରେ ମୁଖତଃ ପ୍ରଶ୍ନ ଉଠୁଛି ଯେ, ସେ ଯେତେବେଳେ ଡେପୁଟେସନରେ ରେଙ୍ଗାଲି ଯାଇଥିଲେ ସେଠାରେ ସେ ରହୁଥିଲେ କେଉଁଠି। ଯେହେତୁ ବାଲିମେଳାରେ ତାଙ୍କ ନାମରେ କ୍ୱାର୍ଟର ମିଳିଥିଲା ତେବେ ତାଙ୍କୁ ରେଙ୍ଗାଲିରେ କ୍ୱାର୍ଟର ମିଳିଥିଲା ନା ଅନ୍ୟ କେଉଁଠି ରହୁଥିଲେ। ଯେଉଁଠି ବି ରହିଥିଲେ ସେଠାରେ ତା'ର ବକେୟା ବିଲ୍ ପଇଠ କରିଛନ୍ତି କି। ରେଙ୍ଗାଲିରେ କାର୍ଯ୍ୟରତ ସମୟରେ କୌଣସି ଏକ ଭୁଲ୍ ପାଇଁ ଲୋକମାନେ ତାଙ୍କୁ ମାଡ ମାରିଥିବା ମଧ୍ୟ ଜଣାପଡ଼ିଛି। ଏବଂ ପରବର୍ତ୍ତୀ ସମୟରେ ସେ ପୁଣି ୦୯.୦୫.୨୦୧୮ରେ ବାଲିମେଳା ପ୍ରକଳ୍ପକୁ ଫେରି ଆସିଥିଲେ। ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜଳ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ ଅଛନ୍ତି। ଏହା ଫଳରେ ୨୦୧୩ ମସିହାରୁ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ୧୩ ବର୍ଷ ଧରି ସେ ଗୋଟିଏ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ଗୋଟିଏ ଜିଲ୍ଲାରେ ହିଁ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଓଡ଼ିଶା ସରକାର ଚଳିତ ମାସ ୨୨ ତାରିଖରେ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ପତ୍ର ଜାରି ହୋଇଥିବା ସମନ୍ୱିତ ବଦଳି ନୀତି ଅନୁଯାୟୀ ଅଧିକାରୀମାନଙ୍କୁ ସାଧାରଣତଃ ୩ ବର୍ଷ ପରେ ବଦଳି କରାଯିବା ଉଚିତ ଏବଂ କୌଣସି ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିବାକୁ ଅନୁମତି ନଥିବା ନିୟମାବଳୀ ଜାରି କରାଯାଇଛି। ଏପରି ସ୍ଥିତିରେ ବାଲିମେଳା ପ୍ରକଳ୍ପରେ ଦୀର୍ଘ ୧୩ ବର୍ଷ ଧରି ଜଣେ ଅଧିକାରୀଙ୍କ କାର୍ଯ୍ୟକାଳ କିପରି ଜାରି ରହିଛି ଏବଂ ଏହି କାର୍ଯ୍ୟକାଳ ମଧ୍ୟରେ ସେ କେତେ କ'ଣ କେଳେଙ୍କାରୀ କରିଛନ୍ତି ତାହାର ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।

ବାଲିମେଳା ବାସୀଙ୍କ ମତ ଅନୁଯାୟୀ, ଏହି ଦୀର୍ଘ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପଇସା ନେ଼ଇ କ୍ୱାର୍ଟର ଦେଵା, ଓଏଚପିସିରେ କାର୍ଯ୍ୟରତ ଠିକା ନିଯୁକ୍ତିରେ ଓଏଚପିସିର ପୂର୍ବତନ ଏସଜିଏମ୍ ଶ୍ରୀ ସ୍ୱାଇଁ ଏବଂ ଦୁର୍ଗା ପ୍ରସାଦ ନାୟକଙ୍କ ମିଳିତ ସହ ଭାଗିତାରେ ୧ ଲକ୍ଷରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଲାଞ୍ଚ ନେଇ ନିଯୁକ୍ତି ଦେବାର ସାଧାରଣରେ ଚର୍ଚ୍ଚା ହେଉଛି। ଏହି ବିଷୟ ନେଇ ଶ୍ରୀ ଦୁର୍ଗାଙ୍କୁ ପଚାରିଲେ ମୋର କେହି କିଛି କରିପାରିବେ ନାହିଁ ବୋଲି କହୁଛନ୍ତି ଏବଂ ଏହାର ଜ୍ୱଳନ୍ତ ଉଦାହରଣ ହେଲା ବାଲିମେଳାରେ ରହିଥିବା ୩ଟି କର୍ମଚାରୀ ସଂଘ ତାଙ୍କ ବିରୁଦ୍ଧରେ ଭୁବନେଶ୍ବରରେ ରହୁଥିବା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବା ସହ ବଦଳି ପାଇଁ ଜଣାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ। ତେଣୁ ଏହା ପ୍ରମାଣିତ ହୋଇଛି ଯେ, ଦୁର୍ଗା ନାୟକଙ୍କ କହିବା ଅନୁଯାଇ ତାଙ୍କର ହାତ ଭୁବନେଶ୍ଵର ପର୍ଯ୍ୟନ୍ତ ଲମ୍ବା ଯୋଗୁ ତାଙ୍କର କେହି କିଛି କରିପାରିବେ ନାହଁ ବୋଲି ପ୍ରମାଣିତ ହେଉଛି। କାହା ସ୍ୱାର୍ଥରେ କାହା ଇଙ୍ଗିତରେ ଜଣେ ସରକାରଙ୍କ ନିୟମକୁ ଖୁଲମ ଖୋଲା ଚ୍ୟାଲେଞ୍ଜ କରି ବଦଳି ନୀତିର ନିୟମକୁ ଉଲ୍ଲଘଂନ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ସରକାରୀ ନିୟମ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ କ୍ଷେତ୍ରରେ ସମାନ ଭାବରେ ପ୍ରଯୁଜ୍ୟ ହେବା ଦରକାର ବୋଲି ମତ ପ୍ରକାଶ ପାଇଥିବା ବେଳେ ଓଏଚପିସି କର୍ତ୍ତୃପକ୍ଷ ଏ ପ୍ରସଙ୍ଗରେ କୌଣସି ସ୍ପଷ୍ଟୀକରଣ ଦେବେ କି ନାହିଁ ତାହାକୁ ନେଇ ଉତ୍ସୁକତା ବଢ଼ିଛି। ସ୍ଥାନୀୟ ମହଲର ଅଭିଯୋଗ ହେଉଛି ଯେ ସରକାରୀ ନୀତି ଓ ନିୟମ ସାଧାରଣ କର୍ମଚାରୀଙ୍କ ପାଇଁ କଠୋର ଭାବେ ପାଳନ କରାଯାଉଥିବା ବେଳେ କେତେକ ପ୍ରଭାବଶାଳୀ ଅଧିକାରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଉଛି। ତେବେ ତୁରନ୍ତ ଏହି ଅଧିକାରୀଙ୍କ ବଦଳି କରିବାକୁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande