
ଭୁବନେଶ୍ୱର, 30 ମେ (ହି.ସ.)-ଗୋଆ ରାଜ୍ୟ
ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗୋଆ ରାଜ୍ୟ
ସ୍ଥାପନା ଦିବସ ଅବସରରେ ଗୋଆବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ସମୃଦ୍ଧ ସାଂସ୍କୃତିକ ଐତିହ୍ୟ,
ଜୀବନ୍ତ ପରମ୍ପରା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ
ପରିଚିତ ଗୋଆ, ଭାରତର “ବିବିଧତାରେ ଏକତା”ର ଆତ୍ମାକୁ ପ୍ରତିଫଳିତ କରେ। ରାଜ୍ୟଟି ଶାନ୍ତି, ସମୃଦ୍ଧି ଏବଂ ସର୍ବାଙ୍ଗୀଣ ବିକାଶର ପଥରେ ନିରନ୍ତର ଅଗ୍ରସର ହେଉ ବୋଲି ମୋର ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା