ମାଲକାନଗିରିରେ ଶିକ୍ଷା ବିଭାଗର ବଡ଼ ସମୀକ୍ଷା : ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ କଡ଼ା ନିର୍ଦ୍ଦେଶ
ମାଲକାନଗିରି, ୩୦ ମଇ (ହି.ସ.)- ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସୁଧାର ଓ ବ୍ୟାପକ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବିଭାଗର ଏକ ଗୁରୁତ୍ୱ
ମାଲକାନଗିରିରେ ଶିକ୍ଷା ବିଭାଗର ବଡ଼ ସମୀକ୍ଷା: ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ କଡ଼ା ନିର୍ଦ୍ଦେଶ


ମାଲକାନଗିରି, ୩୦ ମଇ (ହି.ସ.)- ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସୁଧାର ଓ ବ୍ୟାପକ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କ ସମେତ ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀ ଓ ସମଗ୍ର ଶିକ୍ଷା ଅଭିଯାନର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଚାଲିଥିବା ବିଭିନ୍ନ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ, ସରକାରୀ ଯୋଜନା ଓ ଏହାର ପ୍ରଗତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି। ସରକାରୀ ଅନୁଦାନ ଏବଂ ସେବାଗୁଡ଼ିକ କିପରି ସଠିକ୍ ଭାବେ ଏବଂ ସ୍ୱଚ୍ଛତାର ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିପାରିବ, ସେ ନେଇ ବୈଠକରେ ବିସ୍ତୃତ ରୋଡମାପ ପ୍ରସ୍ତୁତ କରାଯାଇଛି। ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଦିଗଦର୍ଶନ ଦେଇଛନ୍ତି।

ଏହି ଅବସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ସମଗ୍ର ଶିକ୍ଷା ଅଭିଯାନର ଷ୍ଟାଫ୍ ମାନଙ୍କୁ ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ କୌଣସି ପ୍ରକାରର ଶିଥିଳତା ବରଦାସ୍ତ କରାଯିବ ନାହିଁ। କେବଳ କାଗଜପତ୍ରରେ ନୁହେଁ, ବରଂ ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷାର ମାନ ବାସ୍ତବରେ ବଦଳିବା ଦରକାର। ସମସ୍ତ ଅଧିକାରୀ ନିୟମିତ ଭାବେ ଗ୍ରାଉଣ୍ଡ ସ୍ତରରେ ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଉପରେ କଡ଼ା ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଶେଷ ସୀମାରେ ଥିବା ପିଲାଟି ପାଖରେ ଯେପରି ଗୁଣାତ୍ମକ ଶିକ୍ଷା ପହଞ୍ଚିପାରିବ, ତାହା ନିଶ୍ଚିତ କରିବାକୁ ସେ ସମସ୍ତ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande