
ଭୁବନେଶ୍ୱର, ୩୦ ମଇ (ହି.ସ.)- ବିଏମସି ପକ୍ଷରୁ ଭୁବନେଶ୍ୱରର ଭରତପୁର ଓ ଜାଗମରା ଅଂଚଳରେ ଖାଦ୍ୟ ସୁରକ୍ଷା ନିୟମ ପାଳନ ନେଇ ଚଢାଉ କରାଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀମାନେ ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନ, ଯଥା ଭୋଜନାଳୟ, ମିଠା ଦୋକାନ, କୋଲ୍ଡ ଡ୍ରିଙ୍କସ୍ ଏବଂ ଫଳ ଦୋକାନ ମାନଙ୍କରେ ଯାଂଚ କରିଥିଲେ। ଫଳ ଓ ଫଳରସର ୮ଟି ନମୁନା ରାସାୟନିକ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା । ଏହାସହ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ (ଏଫଏସଏସ୍ ଆକ୍ଟ) ର ଧାରା ୩୮(୪) ଅନୁଯାୟୀ ଅସୁରକ୍ଷିତ ଏବଂ ଅସ୍ୱଚ୍ଛ ଖାଦ୍ୟ ସାମଗ୍ରୀଗୁଡ଼ିକୁ ନଷ୍ଟ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା