
ଭୁବନେଶ୍ୱର, 30 ମେ (ହି.ସ.)- ସିଏଭିଏ ମହିଳା
ଭଲିବଲ ଚାମ୍ପିଆନସିପରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଟିମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ,
ସିଏଭିଏ ମହିଳା ଭଲିବଲ୍ ଚାମ୍ପିଅନଶିପ୍ 2026ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଭଲିବଲ୍ ଦଳକୁ ହାର୍ଦ୍ଦିକ
ଅଭିନନ୍ଦନ।
ଆପଣମାନଙ୍କର ଦୃଢ଼ ସଙ୍କଳ୍ପ, ଉତ୍କୃଷ୍ଟ ଦଳୀୟ
ସମନ୍ୱୟ ଏବଂ ଅଦମ୍ୟ
ଲଢ଼େଇ ମନୋଭାବ ସମଗ୍ର ଦେଶକୁ ଗର୍ବିତ କରିଛି। ଏହି ସଫଳତା ପାଇଁ ଦଳର ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ
ସହଯୋଗୀ କର୍ମୀମାନଙ୍କୁ ମୋର ଅନେକ ଶୁଭେଚ୍ଛା। ଭବିଷ୍ୟତରେ ମଧ୍ୟ ଆପଣମାନେ ଏଭଳି ସଫଳତାର ନୂତନ
ଅଧ୍ୟାୟ ରଚନା କରନ୍ତୁ ବୋଲି କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା