
ଝାରସୁଗୁଡା, ୧ ଜୁନ୍ (ହି.ସ.)-
କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା କୃଷି ସେବା ସମବାୟ ସମିତି ପକ୍ଷରୁ ୨୦୨୫-୨୬ ରବି ଋତୁ ପାଇଁ ସୋମବାର ଠାରୁ ଚାଷୀଙ୍କ ନିକଟରୁ ଧାନ କ୍ରୟ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ସରପଞ୍ଚ ସୁରଭି ସେନାପତି, ସମିତି ସଭାପତି ହେମନ୍ତ ସାହୁ, ସମାସିଂହା ପଞ୍ଚାୟତ କୃଷକ ସଂଘ ସଭାପତି ଚେତାନନ୍ଦ ପଟେଲ, ବରିଷ୍ଠ ଚାଷୀ ଗୌତମ ନାଏକ, ଲକ୍ଷ୍ମଣ ରୋହିଦାସ ଓ ମଣ୍ଟୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସମିତିର ସମ୍ପାଦକ ସୁବାଷ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଥମ ଦିନରେ ୫ ଜଣ ଚାଷୀଙ୍କଠାରୁ ମୋଟ ୩୫୬ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଚାଷୀ ଚନ୍ଦ୍ରଶେଖର ପଟେଲ ୭୭.୨୮ କ୍ୱିଣ୍ଟାଲ, ଜୟକୁମାରୀ ନାଏକ ୭୫ କ୍ୱିଣ୍ଟାଲ, ଅର୍ଜୁନ ଠାକୁର ୭୫ କ୍ୱିଣ୍ଟାଲ, ଜଳନ୍ଧର କିସାନ ୬୮.୧୬ କ୍ୱିଣ୍ଟାଲ ଓ କ୍ଷୀରୋଦ୍ର ପଟେଲ ୬୧.୪୪ କ୍ୱିଣ୍ଟାଲ ଧାନ ବିକ୍ରୟ କରିଥିଲେ।
ସୂଚନାଯୋଗ୍ୟ ଯେ, ଚଳିତ ରବି ଋତୁରେ ଧାନ ବିକ୍ରୟ ପାଇଁ ସମିତିରେ ମୋଟ ୮୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଧାନ କ୍ରୟ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିବାରେ ସମିତିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ