ଅଶୋକ ଚନ୍ଦନ ସ୍ମୃତି ସମାରୋହ ପାଳିତ
ବଲାଙ୍ଗୀର, ୦୧ ଜୁନ୍(ହି.ସ.) – ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗୀର ଓ ଅଶୋକ ଚନ୍ଦନ ସ୍ନୃତି ପରିଷଦ ଆନୁକୂଲ୍ୟରେ ପାଟଣାଗଡ଼ ଓମ୍ କଲ୍ୟାଣ ମଣ୍ଡପ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଆଇନଜୀବୀ ଆଶିଷ କୁମାର ଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ ଓ ଲେଖକ ପରିଷଦର ସମ୍ପାଦକ
*ଅଶୋକ ଚନ୍ଦନ ସ୍ନୁତି ସମାରୋହ ପାଳିତ*


ବଲାଙ୍ଗୀର, ୦୧ ଜୁନ୍(ହି.ସ.) – ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗୀର ଓ ଅଶୋକ ଚନ୍ଦନ ସ୍ନୃତି ପରିଷଦ ଆନୁକୂଲ୍ୟରେ ପାଟଣାଗଡ଼ ଓମ୍ କଲ୍ୟାଣ ମଣ୍ଡପ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଆଇନଜୀବୀ ଆଶିଷ କୁମାର ଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ ଓ ଲେଖକ ପରିଷଦର ସମ୍ପାଦକ କବି ସୁଶାନ୍ତ ବାଗ ପ୍ରାରମ୍ଭିକ ମାତୃ ବନ୍ଦନା ଗାନ କରିଥିଲେ। ସଂଯୁକ୍ତା ଚନ୍ଦନ ମଂଚ ପରିଚାଳନା କରିଥିଲେ। ଉକ୍ତ ସଭାର ପ୍ରଥମ ଅଧିବେଶନରେ ସଭା ମୂଖ୍ୟ ଭାବରେ ଡଃ. ଜୟକୁମାର ଆଚାର୍ଯ୍ୟ, ମୂଖ୍ୟ ବକ୍ତା ଭାବରେ ଡଃ. ସୁଜିତ୍ କୁମାର ପୃଷେଠଙ୍କ ସମେତ ସର୍ବଶ୍ରୀ କବି ଭିକାରି ଚରଣ ମିଶ୍ର, ସ୍ଥପତି ଅନ୍ତର୍ଯ୍ୟାମୀ ମେହେର, କବି ଭାଗିରଥି ମିଶ୍ର ଓ ମୂଖ୍ୟ ଟ୍ରଷ୍ଟି ଅନୂପ କୁମାର ଚନ୍ଦନ ମଂଚାସୀନ ହୋଇ ସ୍ୱର୍ଗତ ସାହିତ୍ୟିକ ଅଶୋକଙ୍କୁ ଭାବବିହ୍ୱଳ ହୋଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦ୍ୱିତୀୟ ଅଧିବେଶନ ରେ ଶିକ୍ଷାବିତ୍ ସନାତନ ଠାକୁର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରଂଗାରଂଗ କବିତା ଆସରରେ ସର୍ବଶ୍ରୀ ନାରାୟଣ ମିଶ୍ର, ଦିଲିପ କୁମାର ପଶାୟତ, ସୁଶ୍ରୀ ସଂଯୁକ୍ତା ପରିଛା, ଶିବ ପ୍ରସାଦ ସା ଓ ଅର୍ଜୁନ କୁମାର ସାହୁଙ୍କ ସହିତ କବି ସୁଶାନ୍ତ ବାଗ ମଂଚାସୀନ ଥିଲେ। ସୁନାମଧନ୍ୟ ଚିତ୍ରଶିଳ୍ପୀ ଲିନା ମେହେରଙ୍କ ତତ୍ୱାବଧାନରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ଆର୍ôଥକ ଅନୁଦାନ ମଧ୍ୟ ଦିଆଯାଇଥିଲା। ସମଗ୍ର କାର୍ଯ୍ୟକ୍ରମରେ କବି ନିସାର ଅହମ୍ମଦ(ମଂଟୁ) ବାଦ୍ୟଯନ୍ତ୍ରରେ ସହଭାଗିତା କରି କାର୍ଯ୍ୟକ୍ରମକୁ ସରସ ଓ ମନଲୋଭା କରି ଧରି ତୋଳିଥିଲେ; ଶେଷରେ ଉଦ୍ୟୋକ୍ତା ଆଶିଷ କୁମାର ଚନ୍ଦନ ଧନ୍ୟବାଦ ଦେଇଥିଲେ। ସମାରୋହରେ ପ୍ରାୟ ପଚାଶ ସରିକି କବି କବିତା ପାଠ କରିଥିବାବେଳେ ପାଖାପାଖି ତିନିଶହରୁ ଉର୍ଦ୍ଧ୍ୱ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande