
ଗଂଜାମ, ୧ ଜୁନ୍ (ହି.ସ.)- ବ୍ରହ୍ମପୁର ସହରରେ ପୁଲିସର ଏନ୍ କାଉଣ୍ଟର, ଫୁଟ ପାଟ୍ରୋଲିଂଗ ପ୍ରଭୃତି ପୁଲିସର କଡା ଆଭିମୂଖ୍ଯ ସତ୍ୱେ ଅପରାଧୀ ନିୟନ୍ତ୍ରଣ ହୋଇପାରୁନାହିଁ । ଗୋଷାଣୀ ନୂଆଗାଁ ଥାନାର ଜଣେ ଯୁବକକୁ ଫୁଲ କୁଣ୍ଡ ମୁଣ୍ଡରେ ଛେଚି ହତ୍ଯା କରି ତା'ର ମୃତଦେହକୁ ଗୀତା ଭବନ ପଛପଟ ଲଟାବୁଦାରେ ବୁବୃତ୍ତମାନେ ଫିଙ୍ଗି ଦେଇଛନ୍ତି । ଖବର ପାଇ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି । ମୃତ ଯୁବକ ଜଣକ ହେଲେ ନୃସିଂହ ବେହରା(୪୫)।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଦୁଇ ମାସ ମଧ୍ୟରେ ଗଂଜାମ ଜିଲାରେ ୧୦ଟି ହତ୍ଯାକାଣ୍ଡ ଘଟି ସାରିଲାଣି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ