ବିଶ୍ୱ ତମ୍ବାଖୁ ବିରୋଧୀ ଦିବସ ପାଳିତ
ବିଶ୍ୱ ତମ୍ବାଖୁ ବିରୋଧୀ ଦିବସ ପାଳିତ
ବିଶ୍ୱ ତମ୍ବାଖୁ ବିରୋଧୀ ଦିବସ ପାଳିତ


ବିଶ୍ୱ ତମ୍ବାଖୁ ବିରୋଧୀ ଦିବସ ପାଳିତ


ବିଶ୍ୱ ତମ୍ବାଖୁ ବିରୋଧୀ ଦିବସ ପାଳିତ


ବିଶ୍ୱ ତମ୍ବାଖୁ ବିରୋଧୀ ଦିବସ ପାଳିତ


ସମ୍ବଲପୁର, ୦୧, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ତେଲିତିଲେଇମାଲ ପଂଚାୟତର ସଦର ଗ୍ରାମର ସମାଜସେବୀ ମଦର ଟେରେସା ଶିଶୁ ସଂଘ ସଦସ୍ୟଙ୍କ ଦ୍ୱାରା ଓ ରୋପ ଅନୁଷ୍ଠାନ ସହଯୋଗରେ ରାଜୀବଭବନ ଠାରେ ବିଶ୍ୱ ତମ୍ବାଖୁ ବିରୋଧୀ ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ରୋପ ଅନୁଷ୍ଠାନର ପ୍ରଦୀପ କୁମାର ମହାକୁଳ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଜ୍ଞାପନ କରିଥିବାବେଳେ ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସୁବୋଧ କୁମାର ନାୟକ, ସମ୍ମାନିତ ଅତିଥି ଭାବରେ ଅଙ୍ଗନୱାଡି କର୍ମୀ ବୃନ୍ଦାବତୀ ବାଘ, ଆଶା କର୍ମୀ ସୂର୍ଯ୍ୟକାନ୍ତି କିସାନ, ୱାଡ ସଭ୍ୟା ଧନମତି ରୋହିଦାସ, ସି.ଆର.ପି ସତ୍ୟବନ୍ତି ହାତୀ ପ୍ରମୁଖ ଯୋଗଦାନ କରିଥିଲେ। ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ମା ସମଲେଇଙ୍କୁ ଆହ୍ୱାନ କରି ଦ୍ୱୀପ ପ୍ରଜ୍ୱଳନ ହୋଇ ଶିଶୁ ମାନଙ୍କ ସହିତ ଅତିଥି ଗଣ ତେଲିତିଲେଇମାଲ ଗ୍ରାମ ଠାରେ ଏକ ସଚେତନତା ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରା ସମୟରେ ଶିଶୁ ମାନେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ବାସୀଙ୍କୁ ସଚେତନ କରିଥିଲେ । ରୋପ ସ୍ୱେଚ୍ଛାସେବୀ ବିମଳ ମେହେର ଅତିଥି ପରିଚୟ ପ୍ରଦାନ ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ସଭାରେ ଡାକ୍ତର ନାୟକ ତମ୍ବାଖୁ ସେବନ କ୍ୟାନ୍ସର , ହୃଦରୋଗ , ଫୁସଫୁସ ରୋଗ, ଓ ଅନ୍ୟାନ୍ୟ ଗୁରୁତର ରୋଗର ଏକ ପ୍ରମୁଖ କାରଣ ବୋଲି ଜନସାଧାରଣ ଓ ଶିଶୁ ଙ୍କୁ ବୁଝାଇବା ସହ ସୁସ୍ଥ ଜୀବନ ପାଇଁ ତମ୍ବାଖୁ ଓ ଧୂମ୍ରପାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ମଦର ଟେରେସା ଶିଶୁସଂଘ ର ସଦସ୍ୟ,ସଦଶ୍ୟାଗଣ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରୋପ କର୍ମକର୍ତା ଜୁଲି ମାହାନ୍ତ, ଭୂମିଶ୍ୱେତା ଧୁରୁଆ ଏବଂ ସମାଜସେବୀ ମଦର ଟେରେସା ଶିଶୁ ସଂଘର ଲିଡର ମାମୁନି ହାତୀ ପ୍ରମୁଖ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande