କଣ୍ଟାବାଞ୍ଜି-ତୁରେକେଲା ରେଳ ଲାଇନ୍ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବଲାଙ୍ଗିର, ୧ ଜୁନ୍ (ହି.ସ.)- କଣ୍ଟାବାଞ୍ଜିରୁ ତୁରେକେଲା ରେଳ ଲାଇନ୍ ରାସ୍ତା କଡ଼ରେ ଥିବା ଏକ ଶାଗୁଆନ ଗଛରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା
କଣ୍ଟାବାଞ୍ଜି-ତୁରେକେଲା ରେଳ ଲାଇନ୍ ନିକଟରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


ବଲାଙ୍ଗିର, ୧ ଜୁନ୍ (ହି.ସ.)- କଣ୍ଟାବାଞ୍ଜିରୁ ତୁରେକେଲା ରେଳ ଲାଇନ୍ ରାସ୍ତା କଡ଼ରେ ଥିବା ଏକ ଶାଗୁଆନ ଗଛରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ହୋଇଥିବା ଅନୁମାନ କରାଯାଉଛି । ତେବେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏହା ଆତ୍ମହତ୍ୟା ନା ଅନ୍ୟ କୌଣସି ଘଟଣା ସହ ଜଡିତ, ସେନେଇ ପୋଲିସ ତଦନ୍ତ ପରେ ଜଣାପଡ଼ିବ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande