
ଚଢ଼ାଉରେ ୨.୬୪ କୋଟି ଟଙ୍କାର ସମ୍ପତି ଜବତ
ଗାନ୍ଧୀନଗର, ୦୧ ଜୁନ୍(ହି.ସ.) – ଗୁଜରାଟର ଗାନ୍ଧୀନଗରରେ ଦୁର୍ନୀତି ନିବାରଣ ବ୍ୟୁରୋର(ଏ.ସି.ବି.) ୫ ଲକ୍ଷ ଟଙ୍କା ଲାଂଚ ମାମଲାରେ ଶକ୍ତି ବିଭାଗର ବିଦ୍ୟୁତ ନିରୀକ୍ଷଣ କାର୍ଯ୍ୟାଳୟର ପ୍ରଥମ ଶ୍ରେଣୀର ଅଧିକାରୀ ଅଶ୍ୱିନ ବି. ଚୌଧୁରୀଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରାଯିବା ପରେ ତାଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୬.୪୪ କୋଟି ଟଙ୍କାରୁ ଅଧିକ ଅଘୋଷିତ ସମ୍ପତି ଉଦ୍ଧାର କରାଯାଇଛି।
ଏ. ସି. ବି. ନିର୍ଦ୍ଦେଶକ ଭାରତୀ ପାଣ୍ଡ୍ୟା କହିଛନ୍ତି ଯେ ପି. ଏନ୍. ଖୋଖରା, ପି. ଆଇ., ଏ. ସି. ବି. ଫିଲ୍ଡ-୩, ସୂଚନା ପାଇଥିଲେ ଯେ ଗାନ୍ଧୀନଗରର ଉଦ୍ୟୋଗ ଭବନ କାର୍ଯ୍ୟାଳୟରେ ନିଯୁକ୍ତ ମୁଖ୍ୟ ବୈଦ୍ୟୁତିକ ଇନ୍ସପେକ୍ଟର ଅଶ୍ୱିନ୍ ବି. ଚୌଧୁରୀ ସୌର ପ୍ରକଳ୍ପ ସମ୍ବନ୍ଧୀୟ ମାମଲାରେ ସାଇଟ୍ ଯାଂଚ ନକରି ଅନାପତି ପ୍ରମାଣପତ୍ର(ଏନ୍.ଓ.ସି.) ଜାରି କରନ୍ତି ଏବଂ ପ୍ରତିବଦଳରେ ବିପୁଳ ଲାଂଚ ନିଅନ୍ତି।
ସୂଚନାରେ ଏହା ମଧ୍ୟ କୁହାଯାଇଛି ଯେ ଚୌଧୁରୀ ପ୍ରତିଦିନ ତାଙ୍କ ଅଫିସିଆଲ୍ ସ୍ୱିଫ୍ଟ ଡିଜାୟାର କାରରେ ଲାଂଚ ଟଙ୍କା ଘରକୁ ନେଉଥିଲେ। ଏହି ସୂଚନା ଆଧାରରେ ଅଭିଯୁକ୍ତ ଅଧିକାରୀଙ୍କୁ ଏ.ସି.ବି. ଫିଲ୍ଡ-୩ର ସହକାରୀ ନିର୍ଦ୍ଦେଶକ ଅଶ୍ୱିନ ପଟେଲଙ୍କ ତତ୍ୱାବଧାନରେ ନିରୀକ୍ଷଣ କରାଯାଇଥିଲା। ତଦନ୍ତ ସମୟରେ, ଏ.ସି.ବି. ଅଶ୍ୱିନ ଚୌଧୁରୀଙ୍କ କାରରୁ ନଗଦ ୫୫୧ ଲକ୍ଷ ଟଙ୍କା ଏବଂ ଅନେକ ମୂଲ୍ୟବାନ ଉପହାର ଭାଉଚର୍ ପାଇଥିଲା। ପଚରାଉଚରା ସମୟରେ, ଅଧିକାରୀ ପ୍ରକାଶ କରିଥିଲେ ଯେ ଗାନ୍ଧୀନଗର ଏବଂ ସୁରଟରେ ଥିବା ତାଙ୍କ ବାସଭବନରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଏବଂ ରୂପା ଅଳଙ୍କାର, ମୁଦ୍ରା ଏବଂ ଅନ୍ୟାନ୍ୟ କାଗଜପତ୍ର ଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି