
ନୂଆଦିଲ୍ଲୀ, ଜୁନ ୦୩ (ହି.ସ.) - ଭାରତ ଏବଂ ଦକ୍ଷିଣ ଆଫ୍ରିକା ବୁଧବାର ଦିନ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଲାଗି ସହମତ ହୋଇଛନ୍ତି। ଦୁଇ ଦେଶ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏ. ଆଇ.), ଡିଜିଟାଲ ଭିତିଭୂମି ଏବଂ ଉନ୍ନତ ଉତ୍ପାଦନକୁ ପାରସ୍ପରିକ ସହଯୋଗର ପ୍ରମୁଖ ପ୍ରାଥମିକତା ଭାବେ ଚିହ୍ନଟ କରିଛନ୍ତି।
କର୍ତବ୍ୟ ଭବନରେ ଆୟୋଜିତ ଏକ ଦ୍ୱିପାକ୍ଷିକ ବୈଠକରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏବଂ ଦକ୍ଷିଣ ଆଫ୍ରିକାର ଉପ ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନ ମନ୍ତ୍ରୀ ନୋମଲୁଙ୍ଗିଲୋ ଜିନାଙ୍କ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଭାରତୀୟ ପ୍ରତିନିଧି ଦଳରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ବିଭାଗର ସଚିବ ଡକ୍ଟର ରାଜେଶ ଏସ୍ ଗୋଖଲେ, ବିଭାଗର ବରିଷ୍ଠ ଅଧିକାରୀମାନେ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିନିଧିମାନେ ସାମିଲ ଥିଲେ। ଦକ୍ଷିଣ ଆଫ୍ରିକା ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ ଉପମନ୍ତ୍ରୀ ଡକ୍ଟର ନୋମଲୁଙ୍ଗେଲୋ ଜିନା ଏବଂ ଏଥିରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ବିଭାଗ ତଥା ଦକ୍ଷିଣ ଆଫ୍ରିକା ଉଚ୍ଚ ଆୟୋଗର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ